Latest Odisha News

BREAKING NEWS

‘ଦଳର ସୁପ୍ରିମୋଙ୍କ ବିକାଶ ମୂଳକ କାମରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଲି’

ଭୁବନେଶ୍ବର: ଶଙ୍ଖ ଧରିଲେ କେ. ସୂର୍ଯ୍ୟ ରାଓ । ନିଜ ସମର୍ଥକଙ୍କ ସହ ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ କେ ସୂର୍ଯ୍ୟ ରାଓ । ଏହି ସମୟରେ ସାଂସଦ ସସ୍ମିତ ପାତ୍ର ଓ ଗଜପତି ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ତାଙ୍କୁ ସ୍ବାଗତ ଜଣାଇଛନ୍ତି ।

କେ. ସୂର୍ଯ୍ୟ ରାଓ ୨୦୧୪ ରୁ ୨୦୧୯ ଯାଏଁ ପାରଳାଖେମୁଣ୍ଡିରୁ ବିଧାୟକ ଥିଲେ । ସେ ପାରଳାଖେମୁଣ୍ଡିର ବେଶ୍ ଜଣାଶୁଣା ଚେହେରା । ଦଳର ସୁପ୍ରିମୋ ନବାନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଏବଂ ବିକାଶ ମୂଳକ କାମରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ମିଶିଥିବା କହିଛନ୍ତି ।

ଆଜି ସେ ବିଜେଡିରେ ସାମିଲ ହେବା ପରେ ଉଭୟ ପାରଳାଖେମୁଣ୍ଡି ବିଧାନସଭା ଓ ବ୍ରହ୍ମପୁର ଲୋକସଭାରେ ପ୍ରଭାବ ପଡିବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.