Latest Odisha News

BREAKING NEWS

୪ ଜଣଙ୍କୁ ମରଣୋତ୍ତର ଭାରତ ରତ୍ନରେ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଭାରତ ରତ୍ନ ସମାରୋହ । ଦେଶର ପାଞ୍ଚ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତ ରତ୍ନରେ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଚୌଧୁରୀ ଚରଣ ସିଂ, ସବୁଜ ବିପ୍ଳବର ଜନକ ଏମଏସ. ସ୍ୱାମୀନାଥନ, ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁର ଓ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କୁ ଭାରତ ରତ୍ନରେ ଆଜି ସମ୍ମାନିତ କରାଯାଇଛି ।

ବରିଷ୍ଠ ବିଜେପି ନେତା ଲାଲ କୃଷ୍ଣ ଆଡଭାନୀଙ୍କୁ ମଧ୍ୟ ଭରତ ରତ୍ନ ସମ୍ମାନ ମିଳିବାର ଥିଲା, କିନ୍ତୁ ସେ ଅସୁସ୍ଥ ଥିବାରୁ ଆଜି ରାଷ୍ଟ୍ରପତି ଭବନରେ ଉପସ୍ଥିତ ହୋଇପାରିନଥିଲେ । ତେଣୁ ଆସନ୍ତାକାଲି ତାଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିର କିଛି ବଡ଼ ନେତାଙ୍କ ଉପସ୍ଥିତିରେ ଆଡଭାନୀଙ୍କୁ ସମ୍ମାନିତ କରାଯିବ ।

ଆଡଭାନୀଙ୍କ ବ୍ୟତୀତ ଅନ୍ୟ ସମସ୍ତ ୪ ଜଣ ବ୍ୟକ୍ତିତ୍ୱଙ୍କୁ ମରଣୋତ୍ତର ଭାରତ ରତ୍ନ ଦିଆଯାଇଛି । ତାଙ୍କ ପରିବାର ସଦସ୍ୟ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନ ଗ୍ରହଣ କରିଛନ୍ତି ।

 

Leave A Reply

Your email address will not be published.