Latest Odisha News

BREAKING NEWS

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ

ଅନୁଗୋଳ : ବିଜେଡିକୁ ବଡ ଝଟକା । ବିଜେଡି ଛାଡିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ। ଅନୁଗୁଳ ଜିଲ୍ଲା ଆଠ ମଲ୍ଲୀକ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ସଞ୍ଜୀବ ସାହୁ ବିଜେଡି ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ସଞ୍ଜୀବ କୁମାର ସାହୁ ବ୍ୟକ୍ତିଗତ ସମସ୍ୟା ଦେଖାଇ ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ଆଞ୍ଚଳିକ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେବା ନିଷ୍ପତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ପଠାଇଛନ୍ତି।

ସେ ପୂର୍ବରୁ ୪ ଥର ବିଧାୟକ ହୋଇଥିଲେ। ଦୁଇ ଥର ବୀରମହାରଜପୁର ଓ ଦୁଇ ଥର ଆଠମଲ୍ଲୀକ ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇ ମନ୍ତ୍ରୀ ହୋଇଥିଲେ। ତେବେ ଗତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ତାଙ୍କୁ ଟିକେଟ୍ ମିଳିନଥିବାରୁ ସେ ଦଳ ଉପରେ ଅସନ୍ତୋଷ ଥିଲେ ବୋଲି କୁହାଯାଉଛି । ହେଲେ ସଞ୍ଜୀବ କେଉଁ ଦଳରେ ଯୋଗଦେବେ ତା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Leave A Reply

Your email address will not be published.