Latest Odisha News

BREAKING NEWS

ଲଢ଼େଇ କରି ହାରିଲା ସ୍କଟଲାଣ୍ଡ, ଆହୁରି କ୍ଷୀଣ ହେଲା ଭାରତ ଆଶା

ଦୁବାଇ: ପ୍ରଭାବୀ ପ୍ରଦର୍ଶନ ସତ୍ୱେ ଏଠାରେ ଅନୁଷ୍ଠିତ ଟି୨୦ ବିଶ୍ୱକପର ଏକ ମୁକାବିଲାରେ ସ୍କଟଲାଣ୍ଡ ୧୬ ରନରେ ନ୍ୟୁଜିଲାଣ୍ଡଠାରୁ ହାରି ଯାଇଛି । ଏହା ପରୋକ୍ଷରେ ଭାରତର ସେମି ଫାଇନାଲ ପ୍ରବେଶ ଆଶାକୁ ଆହୁରି କ୍ଷୀଣ କରି ଦେଇଛି । ଏହି ମ୍ୟାଚରେ ସ୍କଟଲାଣ୍ଡ ବିଜୟ ହାସଲ କରିଥିଲେ ଭାରତର ସେମିରେ ପ୍ରବେଶ ଆଶା ଉଜ୍ଜୀବୀତ ରହିଥାନ୍ତା । ପ୍ରଥମେ ବ୍ୟାଟିଂ କରି ମାର୍ଟିନ ଗୁପଟିଲଙ୍କ ଆକର୍ଷଣୀୟ ୯୩ ରନ ସହାୟତାରେ ନ୍ୟୁଜିଲାଣ୍ଡ ୨୦ ଓଭରରେ ୫ ଉଇକେଟ ହରାଇ ୧୭୨ ରନ କରିଥିଲା । ଗ୍ଲେନ ଫିଲିପ୍ସ ୩୩ ରନର ଯୋଗଦାନ ଦେଇଥିଲେ ।

ଜବାବରେ ସ୍କଟଲାଣ୍ଡ ୫ ଉଇକେଟ ବିନିମୟରେ ୧୫୬ ରନ କରିବାକୁ ସକ୍ଷମ ହୋଇଥିଲା । ମାଇକେଲ ଲିସକ ୪୨ ରନର ଧୂଆଁଧାର ପାରି ଖେଳିଥିଲେ ମଧ୍ୟ ଦଳକୁ ଜିତାଇ ପାରି ନ ଥିଲେ ।

Leave A Reply

Your email address will not be published.