Latest Odisha News

BREAKING NEWS

ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେଲେ ପୂର୍ବତନ ବିଧାୟକ ମୁଖତାର ଅନସାରୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପୂର୍ବାଞ୍ଚଳର ବାହୁବଳୀ ନେତା ମୁଖତାର ଅନସାରୀଙ୍କୁ ବଡ଼ ଝଟକା ଲାଗିଛି । ନିର୍ବାଚନ ପୂର୍ବରୁ ତାଙ୍କୁ ଏହି ଝଟକା ଲାଗିଛି । ଜାଲ ଅସ୍ତ୍ରଶସ୍ତ୍ର ମାମଲାରେ ବାହୁବଳୀ ନେତା ମୁଖତାର ଅନସାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।ଏହା ସହ ୨.୨୦ ଲକ୍ଷ ଜରିମାନା ମଧ୍ୟ ଦେବାକୁ କୁହାଯାଇଛି । ବାରଣାସୀ ସ୍ପେଶାଲ୍ ଜଜ୍ (ଦୁର୍ନୀତି ନିବାରଣ ଆଇନ) ଅସ୍ତ୍ରଶସ୍ତ୍ର ଲାଇସେନ୍ସ ଜାଲିଆତି ମାମଲାରେ ପୂର୍ବତନ ବିଧାୟକ ମୁଖତାର ଅନସାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

୩୬ବର୍ଷ ପୁରୁଣା ଅପରାଧ ପାଇଁ ବାରାଣସୀର ଏମଏଲଏ-ଏମପି କୋର୍ଟ ମଙ୍ଗଳବାର ଦିନ ମୁଖତାର୍ ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହା ପରେ ରାୟ ସଂରକ୍ଷିତ ରଖାଯାଇଥିବା ବେଳେ ଆଜି ରାୟ ଶୁଣାଇଛନ୍ତି କୋର୍ଟ।ଏହି ମାମଲାରେ ପୂର୍ବତନ ବିଧାୟକଙ୍କ ବିରୋଧରେ ଆଇପିସି ଧାରା ୪୬୬/୧୨୦ବି, ୪୨୦/୧୨୦, ୪୬୮/୧୨୮ ଏବଂ ଆର୍ମସ୍ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା।

ସିବିସିଆଇଡି ଅଭିଯୋଗ କରିଥିଲା ଯେ, ବିଧାୟକ ଥିବାବେଳେ ଜୁନ୍ ୧୦, ୧୯୮୭ରେ ନକଲି ଦଲିଲ ଆଧାରରେ ଅନସାରୀ ମାରଣାସ୍ତ୍ର ଲାଇସେନ୍ସ ପାଇଥିଲା। ଏଥିପାଇଁ ସେ ତତ୍କାଳୀନ ଜିଲ୍ଲା ମାଜିଷ୍ଟ୍ରେଟ ଆଲୋକ ରଂଜନ ଏବଂ ଏସପି ଦେବରାଜ ନାଗରଙ୍କ ଜାଲ୍ ଦସ୍ତଖତର ବ୍ୟବହାର କରିଥିଲେ।

Leave A Reply

Your email address will not be published.