Latest Odisha News

ପୂର୍ବତନ ସାଂସଦ ଅନାଦି ଚରଣ ଦାସଙ୍କ ପରଲୋକ

ଭୁବନେଶ୍ୱର: ଶୁକ୍ରବାର ପୂର୍ବତନ ସାଂସଦ ଅନାଦି ଚରଣ ଦାସଙ୍କ ପରଲୋକ ହୋଇଛି । ୯୨ ବର୍ଷ ବୟସରେ ଭୁବନେଶ୍ୱରରେ ଆଖି ବୁଜିଛନ୍ତି ଅନାଦି । ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଅନାଦିଙ୍କ ମୃତ୍ୟୁ ହୋଇଛି ।

ଅନାଦି, ନେତ୍ରମଣି ଦାସଙ୍କୁ ବିବାହ କରିଥିବା ବେଳେ ତାଙ୍କର ୪ ପୁଅ ଓ ଜଣେ ଝିଅ ଥିଲେ । କିନ୍ତୁ ୩ ପୁଅ ସଂସାର ଛାଡ଼ି ଚାଲି ଯାଇଥିଲେ । ୫ ଥରର ସାଂସଦ ଅନାଦି ଚରଣ ଦାସ ୧୯୭୧ରେ ଯାଜପୁର ଲୋକସବା ଆସନରୁ ନିର୍ବାଚିତ ହୋଇଥିଲେ ।

୧୯୮୦ ଓ ୧୯୮୪ରେ କଂଗ୍ରେସ ଟିକେଟରୁ ଲଢ଼ିଥିଲେ । ପରେ ଜନତା ଦଳରେ ଯୋଗ ଦେଇ ୧୯୮୯ ଏବଂ ୧୯୯୧ ନିର୍ବାଚନ ଲଢ଼ିଥିଲେ । ସମାଜସେବୀ ଭାବେ ସକ୍ରିୟ ଥିବା ଅନାଦି ଦୀର୍ଘ ଦିନ ଧରି ମଧୁମେହରେ ପୀଡ଼ିତ ଥିଲେ । ନିକଟରେ ତାଙ୍କର ହାର୍ଟ ସର୍ଜରୀ ମଧ୍ୟ ହୋଇଥିଲା । ଯାଜପୁରରେ ଜଗନ୍ନାଥ ମନ୍ଦିର, ବିରଜା ମନ୍ଦିର ଉନ୍ନତିକରଣରେ ତାଙ୍କର ଯୋଗଦାନ ଅତୁଳନୀୟ ।

Leave A Reply

Your email address will not be published.