Latest Odisha News

BREAKING NEWS

ବାହାଘର ମଝିରେ ଯୌତୁକ ମାଗିବାରୁ ବରକୁ ଗଛରେ ବାନ୍ଧିଦେଲେ ଗ୍ରାମବାସୀ

ଉତ୍ତରପ୍ରଦେଶ: ଭାରତରେ ଯୌତୁକ ନେବା କିମ୍ବା ଦେବା ଏକ ଆଇନଗତ ଅପରାଧ । ତେଣୁ ଯୌତୁକ ପ୍ରଥା ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି । କିନ୍ତୁ ଆଜି ମଧ୍ୟ କିଛି ଲୋକ ସେମାନଙ୍କର ହୀନ ମାନସିକତାରୁ ବାହାରି ପାରି ନାହାଁନ୍ତି । ଯୌତୁକ ଦାବି କରି ସେମାନେ କେବଳ ନିଜର ସମ୍ମାନ ହ୍ରାସ କରନ୍ତି ନାହିଁ, ବରଂ ସେହି ପୁରୁଷଙ୍କ ସମ୍ମାନକୁ ମଧ୍ୟ ହ୍ରାସ କରନ୍ତି, ଯେଉଁମାନେ ଯୌତୁକ ବିରୁଦ୍ଧରେ କଠୋର ଅଟନ୍ତି । ଏହିପରି ଲୋକମାନଙ୍କ ସହିତ କ’ଣ ଘଟେ ତାହାର ସଦ୍ୟତମ ଉଦାହରଣ ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି । ଏଠାରେ ଯୌତୁକ ଦାବି କରୁଥିବା ଜଣେ ବରକୁ ଲୋକେ ଗଛରେ ବାନ୍ଧି ବନ୍ଧକ ରଖିଛନ୍ତି । ଏହାର ଭିଡ଼ିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିିଛି ।

ଉତ୍ତରପ୍ରଦେଶର ପ୍ରତାପଗଡର ମଣ୍ଡଳ କୋଟୱାଲୀର ହରଖପୁର ଗାଁର ଜଣେ ଯୁବତୀଙ୍କ ବିବାହ ଧୁମ୍‌ଧାମ୍‌ରେ ଆୟୋଜିତ ହୋଇଥିଲା । ଜୌନପୁର ଜିଲ୍ଲା ପୁରଭା ଗ୍ରାମର ଅମରଜିତ୍ ବର୍ମା ବର ବେଶରେ ସଜ୍ଜିତ ହୋଇ ବରଯାତ୍ରୀ ଧରି କନ୍ୟା ଘରକୁ ଆସିଥିଲେ । କନ୍ୟା ଘର ଲୋକେ ତାଙ୍କୁ ସ୍ୱାଗତ କରିଥିଲେ । ରୀତିନୀତି ଅନୁସାରେ ବିବାହ ମଧ୍ୟ ଆରମ୍ଭ ହେଲା । କିନ୍ତୁ ବିବାହ ଚାଲିଥିବା ବେଳେ ଅଧାରେ ବର ଯୌତୁକ ମାଗିଥିଲେ । ଏହା ଶୁଣି ଝିଅ ଘର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେମାନେ ବର ସମେତ ତାଙ୍କ ପରିବାର ସଦସ୍ୟଙ୍କୁ ବହୁ ବୁଝାଇଥିଲେ । ହେଲେ ବର ଓ ପରିବାର ଲୋକେ ନିଜ ଜିଦ୍‌ରେ ଅଟଳ ରହିଲେ । ଶେଷରେ ଝିଅ ଘର ଲୋକେ ଏପରି ପଦକ୍ଷେପ ନେଲେ ଯେ, ସମସ୍ତେ ତାଜୁବ ହୋଇଯାଇଥିଲେ । ଗାଁ ଲୋକେ ମିଶି ବରକୁ ଏକ ଗଛରେ ବାନ୍ଧି ପକାଇଲେ ।

ଜଣାଯାଇଛି ଯେ, ବରଣମାଳା ପକାଇବା ପୂର୍ବରୁ କୌଣସି କାରଣକୁ ନେଇ ଉଭୟ ପରିବାର ମଧ୍ୟ ଝଗଡ଼ା ହୋଇଥିଲା । ଏହି ଘଟଣା ଶାନ୍ତ ହୋଇନ ଥିବା ବେଳେ ବର ହଠାତ୍ ଯୌତୁକ ମାଗିବାରୁ ଝିଅ ଘର ଲୋକେ ଅଧିକ ଉତ୍ତେଜିତ ହୋଇପଡ଼ିଲେ । । ଘଟଣା ଏପରି ହେଲା ଯେ, ବାଧ୍ୟ ହୋଇ ପୋଲିସକୁ ଡ଼ାକିବାକୁ ପଡ଼ିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଗ୍ରାମବାସୀ ବରକୁ ଛାଡ଼ି ଦେଇଥିଲେ । ପୋଲିସ ବରକୁ ଥାନାକୁ ନେବା ସହ ଦୁଇ ପରିବାରର ସଦସ୍ୟଙ୍କୁ ଡ଼ାକି ଆପୋଷ ସମାଧାନ କରିଥିଲା ।

Leave A Reply

Your email address will not be published.