Latest Odisha News

BREAKING NEWS

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଦ୍ଵିତୀୟ ଦିବସ

ଭୁବନେଶ୍ୱର : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସ୍ତରୀୟ ହସ୍ତଶିଳ୍ପ ମେଳାର ଦ୍ଵିତୀୟ ଦିବସ ଅବସରରେ ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଏବଂ ସିଡାକ ସଚିବ ଶିଶିର କୁମାର ରଥ ଅତିଥି ଭାବରେ ଯୋଗ ଦେଇଥିଲେ ।

ଶ୍ରୀଜଗନ୍ନାଥଙ୍କ ନିକଟରେ ପୁଷ୍ପ ଅର୍ପଣ ତଥା ଚନ୍ଦନ ବୃକ୍ଷରେ ଜଳ ପ୍ରଦାନ ପୂର୍ବକ ଶ୍ରୀମତୀ ପାଢ଼ୀ ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବୀଣାପାଣି ରୂପଚାନ୍ଦ ଅନୁଷ୍ଠାନର କଳାକାରମାନଙ୍କ ଦ୍ଵାରା ଛଉ ଲୋକନୃତ୍ୟ, ଇନ୍ଦ୍ରାଣୀ ମାହାତୋ ଓ ସାଥୀ କଳାକାରମାନଙ୍କ ଦ୍ଵାରା ଝୁମର ଓ ପଞ୍ଜାବର ରବି କୁଅଁର ଓ ସାଥି କଳାକାରମାନଙ୍କ ଦ୍ଵାରା ଭାଙ୍ଗଡ଼ା ନୃତ୍ୟ ପରିବେଷଣ କରାଯାଇଥିଲା ।

ଚଳିତ ବର୍ଷ ଏହି ମେଳା ପରିସରରେ ସମସ୍ତ ସରକାରୀ ବ୍ୟବସ୍ଥା ଯଥା ଦମକଳ ବାହିନୀ, ନିରାପତ୍ତା ସହାୟତା ଓ ପ୍ରାଥମିକ ଚିକିତ୍ସା ସେବା, ଆମ୍ବୁଲାନ୍ସ ସେବା, ପାନୀୟଜଳ, ଶୌଚାଳୟ ଏବଂ ଏଟିଏମ୍ କାଉଣ୍ଟର ସୁବିଧା ରହିଛି । ଏହି ମେଳା ଡିସେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ ।

Leave A Reply

Your email address will not be published.