Latest Odisha News

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଆମେରିକାର ପୂବର୍ତନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ

ୱାଶିଂଟନ: ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ଆମେରିକାର ପୂବର୍ତନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ। ମଙ୍ଗଳବାର ଦିନ କାଲିଫର୍ଣ୍ଣିଆରେ ରକ୍ତ ସଂକ୍ରମଣ ସନ୍ଦେହରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏ ନେଇ ସିଏନଏନ ଗୁରୁବାର ରିପୋର୍ଟ କରିଛି। ଜଣେ ଆମେରିକୀୟ ମୁଖପାତ୍ର ମଧ୍ୟ ଏହି ସୂଚନା ଦେଇଛନ୍ତି।

ସିଏନଏନର ରିପୋର୍ଟ ଅନୁଯାୟୀ ୭୫ ବର୍ଷୀୟ କ୍ଲିଣ୍ଟନଙ୍କୁ ଆଇସିୟୁରେ ରଖାଯାଇଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥା ଭଲ ଥିବା ସୂଚନା ମିଳିଛି।

ତେବେ ତାଙ୍କର ଡାକ୍ତରଖାନାରେ ଭର୍ତ୍ତି ହେବାର କାରଣ ପୂର୍ବରୁ ଥିବା ହୃଦଘାତ ସମସ୍ୟା କିମ୍ବା କୋଭିଡ-୧୯ ଯୋଗୁ ନୁହେଁ ବୋଲି ସିଏନଏନ କହିଛି।

Comments are closed.