Latest Odisha News

‘ଜୁନ ସୁଦ୍ଧା ବ୍ରାହ୍ମଣୀ ନଦୀର ଛଅ ଲେନ କାମ ଶେଷ ହେବ’

ଭୁବନେଶ୍ୱର: ରାଉରକେଲାରୁ ବାଲୁଘାଟରେ ବ୍ରାହ୍ମଣୀ ନଦୀ ଉପରେ ତିଆରି ହେଉଥିିବା ଦ୍ୱିତୀୟ ସେତୁ ନିର୍ମାଣର 6ଟି ଲେନ୍ ମଧ୍ୟରୁ 3ଟି ଲେନ୍ ନିର୍ମାଣ କାମ ଆସନ୍ତା 15 ଦିନ ମଧ୍ୟରେ ଶେଷ ହେବ । ଜୁନ୍ ଶେଷ ସୁଦ୍ଧା ଛଅ ଲେନରୁ ତିନୋଟି ଲେନ୍ କାମ ଶେଷ ହେବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ତିନି ଲେନ୍ କାମ ଶେଷ ହେବା ପରେ ବ୍ରିଜର ଗୋଟିଏ ପାର୍ଶ୍ୱ ଖୋଲାଯାଇ ଗାଡ଼ି ଚଳାଚଳ ଆରମ୍ଭ ହେବ । ସେହିପରି ଜୁନ୍ ଶେଷ ସୁଦ୍ଧା ବ୍ରିଜର 6 ଲେନ୍ କାମ ଶେଷ ହେବ ବୋଲି ମୁଖ୍ୟ ଶାସନ ସଚିବ ପ୍ରତିଶ୍ରୁତି ଦେଇଛନ୍ତି। ଦୀର୍ଘ ଦିନ ଧରି ଅଟକି ରହିଥିବା ସେତୁର କାମ ନେଇ ସୁରେଶ ମହାପାତ୍ର ସମୀକ୍ଷା କରିଥିଲେ ଏହାପରେ ଏହି ସୂଚନା ଦେଇଛନ୍ତି ।

ପ୍ରକଳ୍ପ କାମ ଯଥାଶୀଘ୍ର ଶେଷ କରିବା ପାଇଁ ସେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟ ସରକାରଙ୍କ ଏହି ବଡ ବାବୁ ରାଉରକେଲା ଗସ୍ତରେ ଆସି ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ, 2023 ପୁରୁଷ ଏଫଆଇଏଚ୍ ହକି ବିଶ୍ୱକପର ଆୟୋଜକ ସ୍ଥାନ, ପାନପୋଷ ବଜାର ଓ ବିମାନବନ୍ଦର ସମେତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।

ସେହିପରି ଶାସନ ସଚିବ ସୁନ୍ଦରଗଡ଼ ଗସ୍ତ ଅବସରରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଇବ୍ ନଦୀ ଉପରେ ଦୁଇଟି ବ୍ୟାରେଜ ପ୍ରକଳ୍ପର ଅନୁଧ୍ୟାନ କରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପ୍ରକଳ୍ପ କାର୍ୟ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଇବ ନଦୀରେ ଦୁଇଟି ବ୍ୟାରେଜ୍ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଖୁବ୍ ଶୀଘ୍ର କାମ ପାଇଁ ଅର୍ଡର ଆସିବ।

Leave A Reply

Your email address will not be published.