ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୬ ଧୀରେ ଧୀରେ ସମାପନ ଆଡକୁ ଗତି କରୁଛି । ପ୍ରଥମ ସେମିଫାଇନାଲରେ ଫ୍ରାନ୍ସ ଓ ସ୍ପେନ ପରସ୍ପରକୁ ଭେଟିବେ । ୨୦ ବର୍ଷ ପରେ ଫିଫା ବିଶ୍ୱକପରେ ଏହି ଦୁଇ ଟିମ ସାମ୍ନାସାମ୍ନି ହେଉଛନ୍ତି । ୨୦୦୬ରେ ରାଉଣ୍ଡ ଅଫ ୧୬ରେ ଫ୍ରାନ୍ସ ୩-୧ ଗୋଲରେ ସ୍ପେନକୁ ପରାସ୍ତ କରିଥିଲା । ଓଭରାଲ ଦୁଇ ଟିମ ମଧ୍ୟରେ ୩୮ ମ୍ୟାଚ ଖେଳାଯାଇଛି । ସ୍ପେନ ୧୮ ଓ ଫ୍ରାନ୍ସ ୧୩ ମ୍ୟାଚରେ ଜିତିଥିବା ବେଳେ ୭ ମୁକାବିଲା ଡ୍ର ରହିଛି ।
ଗୋଲ୍ଡେନ ବୁଟ ଦୌଡରେ ଆଗରେ ଥିବା କିଲିୟାନ ଏମ୍ବାପ୍ପେ ଓ ଲାମିନ ୟମାଲାଙ୍କ ମଧ୍ୟରେ ଏହି ମ୍ୟାଚରେ ତୀବ୍ର ମୁକାବିଲା ଦେଖିବାକୁ ମିଳିବ । ଫ୍ରାନ୍ସ ଏ ପର୍ଯ୍ୟନ୍ତ ଚଳିତ ବିଶ୍ୱକପରେ ଅପରାଜେୟ ରହିଛି । ଯଦି ସେମିଫାଇନାଲରେ ବିଜୟ ହାସଲ କରେ ତେବେ କ୍ରମାଗତ ତୃତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିବ । ୨୦୧୮ରେ ଚାମ୍ପିୟନ ହୋଇଥିବା ବେଳେ ୨୦୨୨ରେ ରନର୍ସଅପ ହୋଇଥିଲା । ସେହିପରି ସ୍ପେନ ଯଦି ଜିତେ ତେବେ ୨୦୧୦ ପରେ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିବ । ଫ୍ରାନ୍ସର ଆଟାକ ଓ ସ୍ପେନର ଡିଫେନ୍ସ ମଧ୍ୟରେ ମୁକାବିଲା ହେବ ।