Latest Odisha News

BREAKING NEWS

ଆରଟିଓ ଚାଲାଣ ସେଟଲମେଣ୍ଟ ନାଁରେ ୨୦ଲକ୍ଷରୁ ଉର୍ଦ୍ଧ୍ବ ଠକେଇ, ୨ ଗିରଫ

କଟକ: ଆରଟିଓ ଚାଲାଣ ସେଟଲମେଣ୍ଟ କରିବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ଭଦ୍ରକ ଆଇନଜୀବି ରାଜା ଦାସ ଏବଂ ଅନ୍ୟ ଜଣେ ହେଲେ ରାଜତ କୁମାର ଲେଙ୍କା । ସେମାନଙ୍କ ନାମରେ ୨୦ଲକ୍ଷ ୭୦ହଜାର ଟଙ୍କାର ସାଇବର ଠକେଇ କରିଥିବା ଅଭିଯୋଗ ହୋଇଛି ।

ଉଭୟ ଅଭିଯୁକ୍ତଙ୍କ ନିକଟରୁ ୬୧ଟି ନକଲି ଚାଲାଣ, ମୋବାଇଲ ଫୋନ, ଲାପଟପ୍, ୧୧ଟା ଏଟିଏମ କାର୍ଡ଼ ଜବତ ହୋଇଛି । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି କହିଛନ୍ତି କଟକ ଡିସିପି ରୀଷିକେଶ ଖିଲାରୀ ।

ଅଭିଯୋଗକାରୀଙ୍କ କହିବା ଅନୁସାରେ ଫେସବୁକ୍ ସର୍ଚ୍ଚବେଳେ ଅଲ ଇଣ୍ଡିଆ ଆରଟିଓ ଚାଲାଣ ନାଁରେ ଏକ ୱେବ୍ ସାଇଟ ଦେଖିଥିଲେ । ତା’ସହ ଯୋଗଯୋଗ ହେବା ପରେ ସେ ଚାଲାଣ ସେଟଲ କରାଇ ଦେବାକୁ କହିଥିଲା । ଅଭିଯୋଗକାରୀ ତାକୁ ଭରଷା କରି ୨ଲକ୍ଷରୁ ଅଧିକ ଟଙ୍କା ସାଇବର ଠକେଇ ଶିକାର ହୋଇଥିଲେ ।

Leave A Reply

Your email address will not be published.