Latest Odisha News

BREAKING NEWS

ସୋନମ ୱାଙ୍ଗଚୁକ୍‌ଙ୍କ ପତ୍ନୀଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା, ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସା ଜାରି ରହିବ

ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରଣ ପାଇଁ ମନା କଲେ

ନୂଆଦିଲ୍ଲୀ: ଗତ ୨୨ ଦିନ ଧରି ଅନଶନରେ ବସିଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍‌ଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା ଲାଗିଛି। କୋର୍ଟ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ମନା କରିଦେଇଛନ୍ତି।

କୋର୍ଟ ତାଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋଙ୍କ ଆବେଦନ ଉପରେ କେନ୍ଦ୍ର ସରକାରଙ୍କୁ ଏକ ନୋଟିସ ଜାରି କରି ଜବାବ ମାଗିଥିଲେ। କିନ୍ତୁ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ଦେବାକୁ ସ୍ପଷ୍ଟ ମନା କରିଦେଇଥିଲେ।

ଦିଲ୍ଲୀ ହାଇକୋର୍ଟରେ ଜଷ୍ଟିସ ମିନି ପୁଷ୍କର୍ଣ୍ଣାଙ୍କ ଏକକ ଖଣ୍ଡପୀଠ ଏହି ମାମଲାର ସ୍ୱତନ୍ତ୍ର ଶୁଣାଣି କରି କହିଥିଲେ ଯେ “ପ୍ରତ୍ୟେକ ଜୀବନ ମୂଲ୍ୟବାନ।” କୋର୍ଟ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ସରକାର ଏବଂ ଡାକ୍ତରମାନେ ୱାଙ୍ଗଚୁକ୍‌ଙ୍କୁ ୨୪ ଘଣ୍ଟା ଦେଖା କରିବାକୁ ତାଙ୍କ ପତ୍ନୀ ଏବଂ ଭାଇଙ୍କୁ ଅନୁମତି ଦେବେ ଏବଂ ତାଙ୍କ ପାଇଁ ଏକ ପୃଥକ କୋଠରୀ ଯୋଗାଇ ଦିଆଯାଇଛି। ସେଥିପାଇଁ କୌଣସି ମଧ୍ୟବର୍ତ୍ତୀକାଳୀନ ଆଦେଶର ଆବଶ୍ୟକତା ନାହିଁ।

ଦିଲ୍ଲୀ ହାଇକୋର୍ଟ ଆହୁରି କହିଛନ୍ତି, “ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତରକୁ ମନମୁଖୀ ଭାବରେ ବିବେଚନା କରାଯାଇପାରିବ ନାହିଁ। ୱାଙ୍ଗଚୁକଙ୍କ ବିରୁଦ୍ଧରେ କୌଣସି ପ୍ରକାରର ବଳପ୍ରୟୋଗ କରାଯାଉନାହିଁ। ତାଙ୍କର ଶାରୀରିକ ସ୍ୱାଧୀନତା ମଧ୍ୟ ଉଲ୍ଲଂଘନ କରାଯାଉନାହିଁ। ସେ ଡାକ୍ତରୀ ଟିମ୍ ସହିତ ସହଯୋଗ କରିବା ଉଚିତ।”

ତେବେ ଗୀତାଞ୍ଜଳି ଆଙ୍ଗମୋ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ। ଯେଉଁଥିରେ ଅଭିଯୋଗ କରାଯାଇଥିଲା ଯେ ସୋନମ ୱାଙ୍ଗଚୁକଙ୍କୁ ତାଙ୍କ ଇଚ୍ଛା ବିରୁଦ୍ଧରେ ସଫଦରଜଙ୍ଗ ହସ୍ପିଟାଲରେ ରଖାଯାଇଛି। ଏପରିକି ସେ ଏହାକୁ ଅସାମ୍ବିଧାନିକ ବୋଲି ମଧ୍ୟ କହିଥିଲେ ଏବଂ ୱାଙ୍ଗଚୁକଙ୍କୁ ତାଙ୍କ ପସନ୍ଦର ମେଦାନ୍ତ ହସ୍ପିଟାଲରେ ଚିକିତ୍ସା କରିବାକୁ ଅନୁମତି ଦେବାକୁ ଦାବି କରିଥିଲେ।

 

Comments are closed.