ଭୁବନେଶ୍ୱର: ପରିବେଶ ସୁରକ୍ଷା ଓ ସବୁଜିମାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବନ୍ଦ ହୋଇଛି ଇନ୍ଧନ ଜାନ । ବାଇକ୍, କାର ଆଉ ଅଟୋ ଭଳି ଇନ୍ଧନ ଯାନକୁ ମୁଖ୍ୟ ଫାଟକରେ ଛଡ଼ା ଯାଉନି । ପ୍ରତି ଶନିବାର ଦିନ ଏହି ନିୟମକୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଲାଗୁ କରାଯିବ ବୋଲି କୁଳାଧିପତିଙ୍କ ନିର୍ଦ୍ଦେଶ ରହିଛି ।
ଏଣିକି ପ୍ରତି ଶନିବାର ଦିନ ବିଶ୍ୱବିଦ୍ୟାଳୟ ପରିସରରେ ‘କମ୍ବଷ୍ଟନ ଇଞ୍ଜିନ-ମୁକ୍ତ ଦିବସ’ ବା ‘ଗ୍ରୀନ୍ ମୋବିଲିଟି ଡେ’ ଭାବେ ପାଳନ କରାଯିବ । ଇନ୍ଧନର ଅପଚୟ ରୋକିବା ପାଇଁ ଅନାବଶ୍ୟକ ସରକାରୀ ଗାଡ଼ିର ବ୍ୟବହାରକୁ ସୀମିତ ରଖିବା ସହ ପରିବହନର ସହଭାଗିତା ଉପରେ ଗୁରୁତ୍ୱ ଦିଆଯାଇଛି ।
ଗତ ମେ’ ୨୧ ତାରିଖରେ ରେଜିଷ୍ଟ୍ରାରଙ୍କ ଦ୍ୱାରା ଜାରି ହୋଇଥିବା ସର୍କୁଲାର୍ ଅନୁସାରେ, କ୍ୟାମ୍ପସ ମଧ୍ୟରେ ପ୍ରଦୂଷଣ କମାଇବା ପାଇଁ ସମସ୍ତ ବିଭାଗୀୟ ମୁଖ୍ୟ, ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ପାରମ୍ପରିକ ପେଟ୍ରୋଲ-ଡିଜେଲ ଗାଡ଼ି ବଦଳରେ ସାଇକେଲ, ଇଲେକ୍ଟ୍ରିକ ବାହନ, ଚାଲିକରି କିମ୍ବା ସାଧାରଣ ପରିବହନ ବ୍ୟବସ୍ଥାର ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି ।