Latest Odisha News

BREAKING NEWS

କେଉଁ ଆଡ଼କୁ ଖୋଲିବା ଉଚିତ ଘରର ଦ୍ୱାର, ଭିତରକୁ ନା ବାହାରକୁ

ଭୁବନେଶ୍ୱର: ଘର ଯେମିତି ବି ହୋଇଥାଉ ଏହାର ମୁଖ୍ୟଦ୍ୱାରର ଅନେକ ମହତ୍ତ୍ୱ ରହିଥାଏ। କାରଣ ଏହିଠାରୁ ହିଁ ସମସ୍ତ ସକାରାତ୍ମକ ତଥା ନକରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ ।

ଘରେ ସୁଖ ସମୃଦ୍ଧି ବଜାୟ ରଖିବାପାଇଁ ମୁଖ୍ୟଦ୍ୱାର ସମ୍ବନ୍ଧିତ ଏହି ବାସ୍ତୁ ନିୟମଗୁଡ଼ିକର ପାଳନ କଲେ ଶୁଭଫଳ ପ୍ରାପ୍ତ ହୋଇଥାଏ ।

-ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟ କବାଟ ସବୁବେଳେ ଭିତରକୁ ଖୋଲିବା ଦରକାର । କାରଣ ବାହାରକୁ ଖୋଲିବା ଅଶୁଭ ହୋଇଥାଏ ଏବଂ ଘରେ ଧନସମ୍ପତିର ଅଭାବ ମଧ୍ୟ ଦେଖାଯାଇଥାଏ ।

-କବାଟ ଖୋଲିବା ଏବଂ ବନ୍ଦ କରିବା ସମୟରେ ଆବାଜ କରିବା ଅଶୁଭକର ଅଟେ । ଘରର ମୁଖ୍ୟଦ୍ୱାର ପୂର୍ବ କିମ୍ବା ଉତ୍ତର ଦିଗରେ ରହିବା ଦରକାର।

-ଘରର ମୁଖ୍ୟଦ୍ୱାର ସାମ୍ନାରେ ପାହାଚ ରହିବା ଉଚିତ ନୂହେଁ । ଘରର ମଝିରେ ମୁଖ୍ୟଦ୍ୱାର ରଖିବ ଠିକ ନୁହେଁ । ମୁଖ୍ୟଦ୍ୱାର ସାମ୍ନାରେ କୌଣସି ଖମ୍ବା, ବୃକ୍ଷ କିମ୍ବା କୌଣସି କାନ୍ଥ ରହିବା ମଧ୍ୟ ଠିକ ନୁହେଁ । ଏହାର ଛାଇ ମଧ୍ୟ ମୁଖ୍ୟଦ୍ୱାରରେ ପଡ଼ିବା ମଧ୍ୟ ଭଲ ନୁହେଁ ।

Leave A Reply

Your email address will not be published.