Latest Odisha News

BREAKING NEWS

ବିଜୁଳି ଓ ପାନୀୟଜଳ ଲାଗି ପ୍ରଶାସନର ଉଦ୍ୟମ ଜାରି, ଅସ୍ତବ୍ୟସ୍ତ ରାଜଧାନୀ ବାସିନ୍ଦା

ଭୁବନେଶ୍ୱର: ଭୟଙ୍କର ବାତ୍ୟା ଫନି ତାଣ୍ଡବ ଲୀଳା ରଚିବାର ଦୀର୍ଘ ୫ ଦିନ ବିତିଯାଇଥିଲେ ମଧ୍ୟ ଓଡ଼ିଶାର ବାତ୍ୟା ବିଧ୍ୱସ୍ତ ଇଲାକାରେ ଏଯାଏଁ ପରିସ୍ଥିତି ସ୍ୱାଭାବିକ ହୋଇପାରିନାହିଁ । ଇତିମଧ୍ୟରେ ରାଜ୍ୟ ସରକାରଙ୍କ ବିଭାଗୀୟ କର୍ତ୍ତୃପକ୍ଷ କ୍ଷୟକ୍ଷତିକୁ ଆକଳନ କରିସାରିଛନ୍ତି । ବାତ୍ୟା…

ବାତ୍ୟା ‘ଫନି’: ଏକାଠି ହେଲେ ୫ ଟେଲିକମ୍ କମ୍ପାନୀ, ସୁଧୁରିବ ଯୋଗାଯୋଗ ବ୍ୟବସ୍ଥା

ଭୁବନେଶ୍ୱର : ପ୍ରଳୟଙ୍କାରୀ ବାତ୍ୟା ‘ଫନି’ ଫଳରେ ଓଡିଶାର କିଛି ଜିଲ୍ଲାରେ ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବିଚ୍ଛିନ୍ନ ହୋଇଥିବାବେଳେ ସହରବାସୀଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ୫ ଟେଲିକମ୍ କମ୍ପାନୀ । ଏସମ୍ପର୍କରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍…

ଛତିଶଗଡରେ ଏନକାଉଣ୍ଟର, ୨ ନକ୍ସଲ ନିହତ

ରାୟପୁର: ଛତିଶଗଡ଼ ଜିଲ୍ଲାର ଦାନ୍ତେଓ୍ଵାଡା-ସୁକମା ଠାରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହେବାଫଳରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି ଦାନ୍ତେଓ୍ଵାଡା-ସୁକମା ଅଞ୍ଚଳରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣ…

ପରଲୋକରେ ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର୍ ବୈଦ୍ୟନାଥ ମିଶ୍ର

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ବୈଦ୍ୟନାଥ ମିଶ୍ରଙ୍କର ବୁଧବାର ସକାଳେ ପରଲୋକ ହୋଇଛି । ଭୁବନେଶ୍ୱରସ୍ଥିତ ସହିଦନଗର ବାସଭବନରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ନିକଟରେ ତାଙ୍କର ଆତ୍ମୀୟ ସ୍ୱଜନ ଉପସ୍ଥିତ ରହିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା ।…

ବାତ୍ୟା ‘ଫନି’ ପ୍ରଭାବରେ ମୃତ୍ୟୁ ସଂଖ୍ୟା ୩୭କୁ ବୃଦ୍ଧି

ଭୁବନେଶ୍ୱର : ବାତ୍ୟା ‘ଫନି’ ପ୍ରଭାବର ଓଡିଶାରେ ମୃତ୍ୟୁ ସଂଖ୍ୟା ସରକାରୀ ଭାବେ ୩୭କୁ ବୃଦ୍ଧି ପାଇଛି । ମେ’ ୩ ତାରିଖ ସକାଳୁ ଆରମ୍ଭ ହୋଇଥିବା ସାମୁଦ୍ରିକ ଝଡ ଫନି ପ୍ରଭାବରେ ପୁରୀ ଜିଲ୍ଲାରେ ସର୍ବାଧିକ ୨୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ମୟୁରଭଞ୍ଜ ଓ ଯାଜପୁରରେ ୪ ଜଣଙ୍କର ମୃତ୍ୟୁ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ତା ୦୮-୦୫ -୨୦୧୯ ବୁଧବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ମେ ମାସ ତା ୮ ବୁଧବାର ମେଷ ୨୫ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ମୃଗଶିରା ନକ୍ଷତ୍ର ମିଥୁନ ଚନ୍ଦ୍ର କର୍କଟ ରାଶିର ଘାତ ବାର କନ୍ୟା ରାଶି…

ରାଜଧାନୀ ମହାନଗର ନିଗମ ଅଞ୍ଚଳର ବାତ୍ୟାଗ୍ରସ୍ତଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ଜାତୀୟ ଖାଦ୍ୟ ନିରାପତ୍ତା ଏବଂ ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ହିତାଧିକାରୀମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ହଜାର ୫ଶହ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ…

ରାଜଧାନୀରେ ବିଦ୍ୟୁତ ସେବା ପୁନଃରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଲାଗିବ ଆହୁରି ୭୨ ଘଣ୍ଟା !

ଭୁବନେଶ୍ୱର: ଓଡ଼ିଶା ରାଜଧାନୀ ଭୁବନେଶ୍ୱରର ସମସ୍ତ ବାତ୍ୟା କ୍ଷତିଗ୍ରସ୍ତ ସ୍ଥାନମାନଙ୍କରେ ବିଦ୍ୟୁତ ପୁନଃରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ୪୮ରୁ ୭୨ ଘଣ୍ଟା ଲାଗିପାରେ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ରାଜଧାନୀର ଚନ୍ଦକା ଗ୍ରୀଡ୍ ଠାରେ ଓଡ଼ିଶା ପାୱାର ଟ୍ରାନ୍ସମିଶନ…

ନବୀନଙ୍କ ଅନୁରୋଧ ପରେ ଓଡ଼ିଶା ଛାତ୍ରଛାତ୍ରୀଙ୍କ ପାଇଁ ଘୁଞ୍ଚିଲା ଜେଇଇ ରେଜିଷ୍ଟ୍ରେସନ ତାରିଖ

ଭୁବନେଶ୍ୱର : ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଜଏଣ୍ଟ ଇଞ୍ଜିନିୟରିଂ ଏଣ୍ଟ୍ରାନ୍ସ (ଜେଇଇ) ଆଡଭାନ୍ସ ରେଜିଷ୍ଟ୍ରେସନ ଅବଧିକୁ ଆଗାମୀ ୫ ଦିନ ଯାଏଁ ଅର୍ଥାତ୍ ମେ ୧୪ ତାରିଖ ଯାଏଁ ବୃଦ୍ଧି କରାଯାଇଛି। ଏସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ଟ୍ୱିଟ କରି ଏହି ଘୋଷଣା କରିଛନ୍ତି।…

ଏବେବି ଅଧିକାଂଶ ସ୍ଥାନ ଅନ୍ଧାର ଓ ପାଣି ଲାଗି ହାହାକାର, ରାସ୍ତାକୁ ଓହ୍ଲାଇଲେ ରାଜଧାନୀ ବାସିନ୍ଦା

ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟାରେ ଭୁବନେଶ୍ୱର ସହର ଅଧିକ କ୍ଷତିଗ୍ରସ୍ତ ହେବା ସହିତ ସହରରେ ଏପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ବିଦ୍ୟୁତ ସେବା ପୁନଃରୁଦ୍ଧାର କାର୍ଯ୍ୟ ସମାପ୍ତ ହୋଇପାରିନାହିଁ । ବିଜୁଳି ଅଭାବରେ ପାନୀୟ ଜଳ ଯୋଗାଣ ମଧ୍ୟ ବ୍ୟାହତ ହୋଇଛି, ମାତ୍ର ଏପର୍ଯ୍ୟନ୍ତ ସ୍ୱାଭାବିକ…