Latest Odisha News

ରାଜଧାନୀ ମହାନଗର ନିଗମ ଅଞ୍ଚଳର ବାତ୍ୟାଗ୍ରସ୍ତଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ଜାତୀୟ ଖାଦ୍ୟ ନିରାପତ୍ତା ଏବଂ ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ହିତାଧିକାରୀମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ହଜାର ୫ଶହ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଏହି ଆର୍ଥିକ ସହାୟତା ଯୋଗୁଁ ୧,୦୪,୮୧୪ ପରିବାର ପାଇବେ ୨୫୦୦ ଟଙ୍କା । ଏହି ସହାୟତା ଯୋଗୁଁ ସମୁଦାୟ ୩,୮୪,୪୭୨ ପରିବାର ସଦସ୍ୟ ଉପକୃତ ହୋଇପାରିବେ ।

ଆଜି ଭୁବନେଶ୍ୱରରେ ୬୭ଟି ୱାର୍ଡ଼ର ବଣ୍ଟନ କେନ୍ଦ୍ରରେ ଆର୍ଥିକ ସହାୟତା ବାବଦରେ ୧,୦୪,୮୧୪ ପରିବାର ପିଛା ୨ ହଜାର ଟଙ୍କା ଏବଂ ପଲିଥିନ କିଣା ବାବଦରେ ୫୦୦ ଟଙ୍କା ଦିଆଯିବା ସଙ୍ଗେ ସଙ୍ଗେ ଏହାଦ୍ୱାରା ୩,୮୪,୪୭୨ ପରିବାର ସଦସ୍ୟ ଉପକୃତ ହୋଇପାରିବେ ବୋଲି ଭୁବନେଶ୍ୱର ମହାନଗର ନିଗମ କମିଶନର ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସମର୍ଥ ବର୍ମା ପ୍ରକାଶ କରିଛନ୍ତି ।

ମହାନଗର ନିଗମ ଅଞ୍ଚଳରେ ପରିମଳକୁ ସୁବ୍ୟବସ୍ଥିତ କରିବା ନେଇ ମଧ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଡ଼ିଜି ଜେନସେଟ୍ ମାଧ୍ୟମରେ ଭୁବନେଶ୍ୱର ମହାନଗର ନିଗମର ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଛି । ରାସ୍ତାଘାଟ ପରିଷ୍କାର କରାଯାଇ ଗମନାଗମନକୁ ବ୍ୟବସ୍ଥିତ କରାଯାଉଛି ବୋଲି ଶ୍ରୀ ବର୍ମା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.