Latest Odisha News

BREAKING NEWS

ମାସୁଦର ସମସ୍ତ ସମ୍ପତ୍ତିକୁ ବାଜ୍ୟାପ୍ତି କରିବାକୁ ଫ୍ରାନ୍ସର ଚେତାବନୀ

ନୂଆଦିଲ୍ଲୀ : ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ୍ ଅଜହରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ମାମଲାରେ ଚୀନ୍ ବାଧକ ସାଜିବାରୁ ଫ୍ରାନ୍ସ ମାସୁଦ୍ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଫ୍ରାନ୍ସ ସରକାର ଶୁକ୍ରବାର ଦିନ ଜୈଶ-ଇ-ମହମ୍ମଦର ସମସ୍ତ ସମ୍ପତ୍ତିକୁ…

ନ୍ୟୁଜିଲାଣ୍ଡ ମସଜିଦ ଆକ୍ରମଣରେ ୪୦ ନିହତ, ଅଳ୍ପକେ ବର୍ତ୍ତିଲେ ବାଂଲାଦେଶ କ୍ରିକେଟ ଟିମ୍

ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚଠାରେ ଏକ ମସଜିଦ୍ ଉପରେ ଜଣେ ଅଜଣା ଦୁର୍ବୃତ୍ତ ଆଖିବୁଜା ଗୁଳିଚାଳନା କରିବାରୁ ସେଠାରେ ନମାଜ୍ ପାଠ କରୁଥିବା ପ୍ରାୟ ୪୦ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି । ପ୍ରାର୍ଥନାରତ ମୁସଲମାନଙ୍କ ଉପରେ ଏପରି ଅତର୍କିତ ଘୃଣ୍ୟ ଆକ୍ରମଣକୁ ନ୍ୟୁଜିଲାଣ୍ଡ…

ତାମିଲନାଡୁରେ ୨୬ ଓଡିଆ ଦାଦନ ଶ୍ରମିକଙ୍କୁ ନିର୍ଯ୍ୟାତନା ଅଭିଯୋଗ

ଜୟପୁର : କୋରାପୁଟ ଜିଲ୍ଲାରୁ କାମ ଅନ୍ୱେଷଣରେ ତାମିଲନାଡୁ ଯାଇଥିବା ୨୬ ଜଣ ଯୁବକ ସେଠାରେ ଅଟକ ଥିବା ନେଇ ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ ବାକଟିଗୁଡ଼ା, ସିନ୍ଧିକଟା, ଡାଙ୍ଗରାଗୁଡ଼ା ଆଦି ଗ୍ରାମରୁ କିଛି ଯୁବକ ତାମିଲନାଡୁର ଏକ ଇଟାଭାଟିରେ କାମ କରିବାକୁ ଯାଇଥିଲେ । ସେଠାରେ…

ପ୍ରଚଣ୍ଡ ବଜ୍ରପାତରେ ଜଣେ ମୃତ ଓ ୫ ଗୁରୁତର ଆହତ

ଅନୁଗୁଳ/ଢେଙ୍କାନାଳ : ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଜମବାର ଗ୍ରାମରେ ଘଡଘଡି ଓ ବଜ୍ରପାତ ଫଳରେ ଗୁରୁବାର ସନ୍ଧ୍ୟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳାଙ୍କ ନାମ ସୁକାନ୍ତି ସାହୁ (୪୦) ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ସନ୍ଧ୍ୟା ପ୍ରାୟ ୪ଟା…

ରିଲିଜ୍ ହେଲା ସ୍ୱଚ୍ଛତାକୁ ନେଇ ଚଳଚ୍ଚିତ୍ର ‘ମେରେ ପ୍ୟାରେ ପ୍ରାଇମ୍ ମିନିଷ୍ଟର’

ମୁମ୍ବାଇ: ବଲିଉଡ଼ରେ କିଛିଦିନ ହେଲା ସ୍ୱଚ୍ଛତାକୁ ନେଇ ଅନେକ ଚଳଚ୍ଚିତ୍ର ନିର୍ମାଣ ହୋଇସାରିଛି । ଏହି ଫିଲ୍ମଗୁଡ଼ିକ ମଧ୍ୟ ଆଶାତୀତ ଭାବେ ଜନାଦୃତ ହୋଇପାରିଛି । କେତେକ ଫିଲ୍ମ ପ୍ରଯୋଜକ ବଡ଼ ବଜେଟର ଫିଲ୍ମ ଅପେକ୍ଷା ସୁସ୍ଥତା ଓ ସ୍ୱଚ୍ଛତାକୁ ନେଇ ଅଭିନବ ଢଙ୍ଗରେ ଫିଲ୍ମ ନିର୍ମାଣ କରିବା ପରେ ଏହା…

କ୍ରିକେଟର ଶ୍ରୀସନ୍ଥଙ୍କ ଉପରୁ ହଟିଲା ଆଜୀବନ ବାସନ୍ଦ ଦଣ୍ଡାଦେଶ

ନୂଆଦିଲ୍ଲୀ : ବିସିସିଆଇ ଦ୍ୱାରା ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଏସ୍.ଶ୍ରୀସନ୍ଥଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି । ୨୦୧୩ ମସିହାରେ ଆଇପିଏଲ୍ ସ୍ପଟ୍ ଫିକ୍ସିଂ ମାମଲାରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)…

ବରଗଡ ବିଶାଳ ଜନସମାବେଶରେ ରାହୁଲ

ବରଗଡ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ବରଗଡରେ ଆୟୋଜିତ ଏକ ବିଶାଳ ଜନସମାବେଶରେ ଉପସ୍ଥିତ କର୍ମୀଙ୍କୁ ଉଦବୋଧନ ଦେବେ । ଗସ୍ତ କାର୍ଯ୍ୟକ୍ରମ ସୂଚୀନୁଯାୟୀ ରାହୁଲ ଦ୍ୱିପ୍ରହର ୧୨ଟା ସମୟରେ ହେଲିକପ୍ଟର ଯୋଗେ ରାୟପୁରରୁ ବାହାରି ପାଖାପାଖି ୧୨ଟା ୩୦ମିନିଟ୍ ସମୟରେ ବରଗଡ…

ବର୍ଷା ସୂଚନା: ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ସତର୍କ ସୂଚନା ଦିଆଯାଇ କୁହାଯାଇଛି, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ କାଳବୈଶାଖୀ ଆଶଙ୍କା ରହିଛି । ଏହାଫଳରେ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ଏବଂ ପବନ ଅନୁଭୂତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।…

ମୁମ୍ବାଇ ରେଲୱେ ଫୁଟ୍ ଓଭରବ୍ରିଜ୍ ଭୁଷୁଡ଼ି ୫ ମୃତ, ୩୬ ଜଣ ଗୁରୁତର ଆହତ

ମୁମ୍ବାଇ: ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇସ୍ଥିତ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ (ସିଏସଏମଟି) ରେଲୱେ ଷ୍ଟେସନକୁ ସଂଯୋଗ କରୁଥିବା ଫୁଟ ଓଭରବ୍ରିଜ ଭୁଷୁଡ଼ି ପଡ଼ିବା ଫଳରେ ୫ ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଥିବା ବେଳେ ୩୬ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ବ୍ୟକ୍ତିଙ୍କୁ ଚିକିତ୍ସା…

ବଡ଼ ଖବର: ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଲେ ଡ଼ାକ୍ତର ଦାମୋଦର ରାଉତ

ନୂଆଦିଲ୍ଲୀ: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଡ଼ାକ୍ତର ଦାମୋଦର ରାଉତ ନୂଆଦିଲ୍ଲୀଠାରେ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ନୂଆଦିଲ୍ଲୀଠାରେ ଡ଼ାକ୍ତର ରାଉତ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେବା ବେଳେ ସେଠାରେ…