Latest Odisha News

BREAKING NEWS

ବିସ୍ଫୋରକ ଜବତ ଘଟଣା: ବାଲେଶ୍ୱରରୁ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ବାଲେଶ୍ୱର : କୋଲକତା ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ୍) କୋଲକାତାରୁ ବିସ୍ଫୋରକ ବୋଝେଇ ଟ୍ରକ୍ ଜବତ ମାମଲାରେ ସୋମବାର ଦିନ ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ସୁକାନ୍ତ ସାହୁ ଏବଂ ତାଙ୍କ ଘର ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ…

ବିଜେଡ଼ି ଯେକୌଣସି ମୂହୁର୍ତ୍ତରେ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ଘୋଷଣା କରିପାରେ: ନବୀନ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ସୋମବାର ଦିନ କହିଛନ୍ତି, ରାଜ୍ୟ ବିଧାନସଭା ଏବଂ ଲୋକସଭା ଲାଗି ତାଙ୍କ ଦଳର ପ୍ରାର୍ଥୀ ଘୋଷଣା ଖୁବ୍ ଶିଘ୍ର ହେବ । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ପ୍ରାର୍ଥୀ ଚୟନ ଚାଲିଛି ଏବଂ ପ୍ରାର୍ଥୀ ତାଲିକା…

କନ୍ଧମାଳ: ଘାଟିକୁ ଓଲଟିଲା କାର୍, ୫ ଗୁରୁତର

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫୁଲବାଣୀ ନିକଟସ୍ଥ ଗୁଡ୍ରିମେରା ଘାଟିରେ ଏକ କାର୍ ଭାରସାମ୍ୟ ହରାଇ ଓଲଟିବା ଫଳରେ ପ୍ରାୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ପୁରୀ ଜିଲ୍ଲାର ଜଗନ୍ନାଥ ସାହୁ ଏବଂ ଅନ୍ୟମାନେ ଦେବାଶିଷ ଦତ୍ତ, ସୁବର୍ଣ୍ଣ ଦତ୍ତ, ବେଲା ଦତ୍ତଏବଂ ଜଣେ ଶିଶୁ…

ପୂର୍ବତନ ପ୍ରଶାସକ ଗୋପବନ୍ଧୁ ଦାଶ ନବୀନଙ୍କ ରାଜନୈତିକ ସଚିବ ଭାବେ ନିଯୁକ୍ତ

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଅବସରପ୍ରାପ୍ତ ପ୍ରଶାସକ ଗୋପବନ୍ଧୁ ଦାଶଙ୍କୁ ରାଜନୈତିକ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ଏନେଇ ଆଜି ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି । ଏହି…

ଶ୍ରୀଜଗନ୍ନାଥ ମନ୍ଦିର ସିଂହଦ୍ୱାର ଅଞ୍ଚଳ ‘ନୋ ପାର୍କିଂ’ ଓ ‘ନୋ ବେଗିଂ’ ଏରିଆ ଭାବେ ଘୋଷିତ

ପୁରୀ: ପ୍ରବଳ ଭିଡ଼ ଜନିତ କାରଣରୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିବାରେ ବ୍ୟାଘାତ ସୃଷ୍ଟି ହେବା ପରିପ୍ରେକ୍ଷୀରେ ପୁରୀ ସିଂହଦ୍ୱାର ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ‘ନୋ ପାର୍କିଂ’ ଓ ‘ନୋ ବେଗିଂ’ ଏରିଆ ଭାବେ ରବିବାର ଦିନ ଘୋଷଣା କରିଛନ୍ତି । ଏସମ୍ପର୍କରେ…

ବିଜେଡିରେ ଯୋଗଦେଲେ ପୂର୍ବତନ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର

ଭୁବନେଶ୍ୱର : ଖୋର୍ଦ୍ଧା ପୂବର୍ତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଓରଫ୍ ଜିତୁ ମିତ୍ର ସୋମବାର ଦିନ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳ (ବିଜେଡି)ରେ ସାମିଲ ହୋଇଛନ୍ତି । ଏହି ପୂର୍ବତନ ବିଧାୟକ ନିଜ ସମର୍ଥକଙ୍କ ଗହଣରେ ଆସି ନବୀନ ନିବାସରେ ପହଞ୍ଚିଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ…

ଜମ୍ମୁ କାଶ୍ମୀର: ସେନା ଏନକାଉଣ୍ଟରରେ, ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ନିହତ

ଶ୍ରୀନଗର : ଜମ୍ମୁ ଓ କାଶ୍ମୀରର ଦକ୍ଷିଣ କାଶ୍ମୀର ଅନ୍ତର୍ଗତ ପୁଲୱାମା ଜିଲ୍ଲାର ତ୍ରାଲ୍ ଠାରେ ସୋମବାର ଦିନ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଗୁଳିବିନିମୟରେ ବର୍ବରୋଚିତ ପୁଲୱାମା ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ମୁଦାସୀର ଅହମ୍ମଦ ଖାନ୍ ସମେତ ୨ ଜଣ…

କୃଷକ ପରିଷଦ ପକ୍ଷରୁ ବୀରମହାରାଜପୁର ବନ୍ଦ ଡାକରା

ସୋନପୁର : ସୋନପୁର ଜିଲ୍ଲା ବୀରମହାରାଜପୁରରେ ସୋମବାର ଦିନ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ବୀରମହାରାଜପୁର କୃଷକ ପରିଷଦ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ପ୍ରଭାବରେ ବିଭିନ୍ନ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ଗାଡି ଚଳାଚଳ ବନ୍ଦ ରହିବା…

ଆରପାରିରେ ଓଡିଶା ଆରଏସଏସର ବରିଷ୍ଠ ନେତା ହରିହର ନନ୍ଦ

ଭୁବନେଶ୍ୱର : ଓଡିଶା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜଣେ ପ୍ରବୀଣ ତଥା ପୋଖତ ନେତା ହରିହର ନନ୍ଦ ଚିକିତ୍ସାଧିନ ଅବସ୍ଥାରେ ସୋମବାର ଦିନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ସ୍ୱର୍ଗତଃ ନନ୍ଦ ରାଷ୍ଟ୍ରୀୟ ସ୍ୱୟଂ ସେବକ…

ଓଡ଼ିଶା ବିଧାନସଭା ଓ ଲୋକସଭା ନିର୍ବାଚନ: ଜାଣନ୍ତୁ କେଉଁ ଜିଲ୍ଲାରେ କେବେ ହେବ ମତଦାନ

ଭୁବନେଶ୍ୱର: ରବିବାର ଦିନ ବହୁ ପ୍ରତିକ୍ଷୀତ ବିଧାନସଭା ଏବଂ ଲୋକସଭା ନିମନ୍ତେ ନିର୍ବାଚନ ତାରିଖ ଘୋଷଣା ହେବା ସହିତ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯାଇଛି । ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଉଭୟ ରାଜ୍ୟ ବିଧାନସଭା ଏବଂ ଲୋକସଭା ନିର୍ବାଚନର ମତଦାନ ଏକସଙ୍ଗେ ହେବାର ନିଷ୍ପତ୍ତି ନେଇଛନ୍ତି…