Latest Odisha News

BREAKING NEWS

ଲଗାଣ ବର୍ଷାରେ ଧୋଇଗଲା ପୋଲ: ରାୟପୁର-ଗୋପାଳପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

କନ୍ଧମାଳ : ପ୍ରବଳ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ । କନ୍ଧମାଳ ଜିଲ୍ଲାର ବାଲିଗୁଡା ନିକଟସ୍ଥ ସିତାପଡି ଠାରେ ପୁର୍ନନିମାଣ ହେଉଥିବା ଜାତୀୟ ରାଜପଥ ରାସ୍ତା ଧୋଇ ହୋଇଯାଇଛି । ଗତକାଲି ଠାରୁ କନ୍ଧମାଳ ଜିଲ୍ଲାରେ ଲଘୁଚାପ ଯୋଗୁଁ ଲଗାଣ ବର୍ଷା ଜାରି ରହିଛି । ସୂଚନା ଅନୁଯାୟୀ ଅତ୍ୟଧିକ ବର୍ଷା…

ସାଧାରଣ ନିର୍ବାଚନ ପାଇଁ ଓଡିଶାରେ ପହଞ୍ଚିଲା ଇଭିଏମ୍ ମେସିନ୍

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୩୦ ହଜାରରୁ ଉର୍ଦ୍ଧ ଇଭିଏମ୍ ମେସିନ୍ ଗୁଡିକ ଓଡିଶାରେ ପହଚିଂଲା । ରାଜ୍ୟର ୧୩ଟି ଜିଲ୍ଲା ପାଇଁ ଏହି ଇଭିଏମ୍ ମେସିନ୍ ଗୁଡିକ ଝାରସୁଗୁଡାରେ ପହଚିଂଛି । କଟକ, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର,…

ରାଜ୍ୟରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା: ୧୮ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ଗତକାଲି ଠାରୁ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେଉଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୬ ତାରିଖ ଯାଏଁ ବର୍ଷା ଲାଗି ରହିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର…

‘ଏସିଆନ୍ ଗେମ୍ସ’କୁ ଯିବା ପୂର୍ବରୁ ସମ୍ବର୍ଦ୍ଧିତ ହେଲେ ଓଡିଆ ଖେଳାଳି

ଭୁବନେଶ୍ୱର : ଏସିଆନ୍ ଗେମ୍ସ ଲାଗି ମନୋନୀତ ହେଇଥିବା ଓଡିଶାର ୩ଜଣ ଆଥଲେଟ୍ ଓ ଜଣେ ବ୍ୟାଡମିଣ୍ଟନ୍ ଖେଳାଳିଙ୍କୁ ଏକ କ୍ରୀଡା ଉତ୍ସବରେ ରବିବାର ଦିନ ସମ୍ବର୍ଦ୍ଧିତ କରାଯାଇଛି । ଆସନ୍ତା ଅଗଷ୍ଟ ୧୮ ରୁ ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଅନୁଷ୍ଠିତ ହେଉଥିବା ୧୮ତମ ଏସିଆନ୍ ଗେମ୍ସରେ ଏହି ୪ଜଣ ଓଡିଆ…

ମେକ୍ ଇନ୍ ଓଡିଶା କନକ୍ଲେଭ: ଚୀନ୍ ପ୍ରତିନିଧିଦଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣ

ଭୁବନେଶ୍ୱର : ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ‘ମେକ୍ ଇନ୍ ଓଡିଶା କନକ୍ଲେଭ’ରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୀନର ଫୁଜିଆନ୍ ପ୍ରଦେଶର ବ୍ୟବସାୟିକ ପ୍ରତିନିଧି ଦଳକୁ ଆମନ୍ତ୍ରଣ କରିଛନ୍ତି । ସିପିସି ଫୁଜିଆନ୍ ପ୍ରୋଭିନ୍ସ କମିଟିର ମୁଖ୍ୟ ହୁ ଚାଙ୍ଗସେଙ୍ଗଙ୍କ ନେତୃତ୍ୱରେ…

ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା: ୧୦ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେଉଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୬ ତାରିଖ ଯାଏଁ ବର୍ଷା ଲାଗି ରହିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…

ପ୍ରବଳ ବର୍ଷା: ଦେବଗଡ ଓ ସମ୍ବଲପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

ଦେବଗଡ : ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷା ଯୋଗୁଁ ଦେବଗଡ ଓ ସମ୍ବଲପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ସୂଚନା ଅନୁଯାୟୀ ସେଠାରେ ଗତକାଲି ଠାରୁ ଲଗାଣ ବର୍ଷା ଜାରୀ ରହିଛି । ଦେବଗଡର କୁରେଇଁବାହାଲ ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥର ପଥରଗଡ ପୋଲ ରିଟର୍ଣ୍ଣିୱାଲ ଧସିଯିବାରୁ…

ଓଆରଏଚଡିସି ଦୁର୍ନୀତି ମାମଲା: ବରିଷ୍ଠ ଆଇଏଏସ୍ ଅଫିସର ବିନୋଦ କୁମାରଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର : ଓଆରଏଚଡିସି ଦୁର୍ନୀତି ମାମଲାରେ ଛନ୍ଦି ହୋଇପଡିଥିବା ବରିଷ୍ଠ ଆଇଏଏସ୍ ଅଫିସର ବିନୋଦ କୁମାର ଓ ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଲା । ଗତ ଶୁକ୍ରବାର ଦିନ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିବା ପରେ କୋର୍ଟ ତାଙ୍କୁ ଜେଲ୍ ଦଣ୍ଡାଦେଶ…

ବିଶିଷ୍ଟ କମ୍ୟୁନିଷ୍ଟ ନେତା ତଥା ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ପରଲୋକ

କୋଲକାତା : ଆରପାରିରେ ବିଶିଷ୍ଟ କମ୍ୟୁନିଷ୍ଟ ନେତା ତଥା ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀ । ୮୯ ବର୍ଷ ବୟସରେ ସେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୂଚନା ଅନୁଯାୟୀ କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।…

କରନୁଲ୍ ପଥର ଖାଦାନ ବିସ୍ଫୋରଣ ଘଟଣା, ଆଉ ଜଣେ ଓଡିଆ ଶ୍ରମିକ ମୃତ

ହାଇଦ୍ରାବାଦ/ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶ କରନୁଲ୍ ପଥର ଖାଦାନ ବିସ୍ଫୋରଣରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି । ମୃତକ ଜଣଙ୍କ ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା ଅନ୍ତର୍ଗତ ବିତି ନୂଆଗାଁର ରାମଚନ୍ଦ୍ର ନାହାକ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଅଗଷ୍ଟ ୩ରେ କରନୁଲ୍ ଅନ୍ତର୍ଗତ…