Latest Odisha News

BREAKING NEWS

ଆଜିଠୁ ଯୁକ୍ତ ୨ ଖାତା ଦେଖା, ଉଭୟ ଅନଲାଇନ ଓ ଅଫଲାଇନରେ ହେବ ମୂଲ୍ୟାୟନ

ଭୁବନେଶ୍ୱର: ଆଜିଠୁ ଯୁକ୍ତ ୨ ଖାତାଦେଖା ଆରମ୍ଭ । ଦୁଇଟି ପର୍ଯ୍ୟାୟରେ ହେବ ମୂଲ୍ୟାୟନ । ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଉଭୟ ଅଫ୍‌ ଲାଇନ୍‌ ଓ ଅନଲାଇନରେ ମୂଲ୍ୟାୟନ ହେବ । ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଆଜିଠୁ ଅର୍ଥାତ୍ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୨ ଯାଏଁ ଚାଲିବ ।…

କେଜ୍ରିୱାଲଙ୍କ ଗିରଫକୁ ବିରୋଧ କରି ମାଷ୍ଟରକ୍ୟାଣ୍ଟିନ ଠାରେ ଆପ୍ କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ଵର: ଗତକାଲି (ଗୁରୁବାର) ରାତି ୯ଟା ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି । ଯାହାକୁ ବିରୋଧ କରି ରାଜଧାନୀ ସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ରାତି ସାରା ଆପ୍ କର୍ମୀଙ୍କ ବିକ୍ଷୋଭ ପ୍ରତିବାଦ ଜାରି…

ଦିଲ୍ଲୀରୁ ଫେରିଲେ ମନମୋହନ ସାମଲ; କହିଲେ, ଖୁବ ଶୀଘ୍ର ଘୋଷଣା ହେବ ପ୍ରାର୍ଥୀ ତାଲିକା

ଭୁବନେଶ୍ବର: ଦିଲ୍ଲୀରୁ ଫେରିଲେ ମନମୋହନ । ଗୁରୁବାର ରାତିରେ ଦିଲ୍ଲୀରୁ ଫେରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ବିମାନବନ୍ଦରରେ ପହଞ୍ଚିବା ପରେ ବଡ ବୟାନ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜ୍ୟରେ ମେଣ୍ଟ ନେଇ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ଦେଲେନି…

ଭାଷା ଭାଗବତ : ପାଠୋଦ୍ଧାରକାରୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ତିଥି ଓ ବାର ମନେ ରଖି ଯେ ପାରେ ଗଦ୍ୟ, ପଦ୍ୟ ଲେଖି ତାହାର ଲେଖକୀୟ ମତି କେବେ ବି କରେନି ଉନ୍ନତି ମୁଖ୍ୟତଃ ପାଠୋଦ୍ଧାର କରି ପୁନର୍ଲିଖନ କାର୍ଯ ସାରି ବୋଲାଏ ନିଜକୁ ଲେଖକ ଦୁର୍ଲଭ ହୁଅଂତି ପାଠକ ପର୍ବ, ପର୍ବାଣି, ଯାତ୍ରା,…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀଜଗନ୍ନାଥଙ୍କ ନାମର ସ୍ୱାଦ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାମର ସ୍ୱାଦ ଥରେ ଚାଖିଲେ ଦୁନିଆର ସମସ୍ତ ସ୍ୱାଦିଷ୍ଟ ପଦାର୍ଥ ସ୍ୱାଦ ହୀନ ଲାଗେ। ସେଥିପାଇଁ ସାଧକ ଅଚ୍ୟୁତାନନ୍ଦ ଦାସ ଲେଖିଛନ୍ତି : “ଖଣ୍ଡ ଖଣ୍ଡ ଗୁଡ଼ ଚିନି ଫେଣି…

ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ‘ବିଶ୍ଵ କବିତା ଦିବସ’ ପାଳିତ

ଭୁବନେଶ୍ୱର : ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ବିଶ୍ଵ କବିତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆଯୁକ୍ତ ତଥା ବରିଷ୍ଠ କବି ରଞ୍ଜନ କୁମାର ଦାସ ଉଦ୍‌ଘାଟକ ଭାବେ…

ପରଲୋକରେ ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ

ଭୁବନେଶ୍ବର: ପରଲୋକରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ । ଆଜି ସକାଳ ୫ଟା ୨୩ ମିନିଟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଦାମୋଦର ରାଉତଙ୍କ ଦେହାନ୍ତ…

ଅକ୍ଷୟ ମହାନ୍ତିଙ୍କ ଜୀବନୀ ଗୀତକୁ ନେଇ ଫିଲ୍ମ – “ଖୋକା ଭାଇ ତମ ପାଇଁ” ଶୁଭ ମହୁରତ

ଭୁବନେଶ୍ୱର : କୁହୁ ସିନେ ଫ୍ଲିକ୍ସ ଓ ଭଦ୍ରା ମୋସନ ଷ୍ଟୂଡିଓ ମିଳିତ ଉଦ୍ୟମରେ ଓଡ଼ିଆ ଗୀତ ଓ ସଙ୍ଗୀତର ଅମଳିନ ପ୍ରତିଭା ଅକ୍ଷୟ ମହାନ୍ତିଙ୍କ ଉପରେ ଏକ ନିଆରା ଫିଲ୍ମ "ଖୋକା ଭାଇ ତମ ପାଇଁ" ର ଶୁଭ ମହୁରତ ଆର.ସି.ଏମ୍ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଖୋକା ଭାଇଙ୍କ…

ଓଡ଼ିଶା କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ହଟିଲେ ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ହଟିଲେ ବିଜୟ ପଟ୍ଟନାୟକ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ତାଙ୍କ ସ୍ଥାନରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଭକ୍ତ ଦାସଙ୍କୁ ନିଯୁକ୍ତ କରିଛନ୍ତି। ସେହିପରି ବିଜୟ ପଟ୍ଟନାୟକଙ୍କୁ ନିର୍ବାଚନ ସଂଯୋଜନା କମିଟିର…