Latest Odisha News

BREAKING NEWS

ମୋଦୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ପ୍ରସ୍ତୁତି

ଭୁବନେଶ୍ବର: ଆାସନ୍ତା ୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯାଜପୁର ଜିଲ୍ଲା ଚଣ୍ଡିଖୋଲ କାର୍ଯ୍ୟକ୍ରମରେ ଯୋଗ ଦେବାର କର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ପ୍ରଶାସନିକ ପ୍ରସ୍ତୁତି ପାଇଁ ସମ୍ପର୍କରେ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ବସିଥିଲା । ୫…

ଗୋଟେ ଦିନରେ ଦୁଇ ଦୁଇ ଥର ଆସିଲା ହୃଦଘାତ, ୫୦ମିନିଟରେ ୨ଥର ବନ୍ଦ ହେଲା ନିଶ୍ଵାସ, ତଥାପି ଜୀବିତ ଯୁବକ

ନୂଆଦିଲ୍ଲୀ: ୩୧ ବର୍ଷିୟ ବେନ ୱିଲସନ ଗତ ବର୍ଷ ଜୁନ ମାସରେ ଦୁଇ ଦୁଇଥର ହୃଦ୍‌ଘାତରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ବର୍ତ୍ତମାନ ସେ ପୁରା ସୁସ୍ଥ । ନିଜ ଘରେ ଥିବା ବେଳେ ପ୍ରାୟ ୫୦ ମିନିଟର ବ୍ୟବଧାନରେ ତାଙ୍କୁ ଦୁଇ ଦୁଇ ଥର ହୃଦଘାତ ହୋଇଥିଲା । ନିଶ୍ଵାସ ମଧ୍ୟ ୨ଥର ବନ୍ଦ ହୋଇଯାଇଥିଲା । ଯାହା…

ହିନ୍ଦୁ ରୀତିନୀତିରେ ବାହାଘର କାର୍ଡ ଛପେଇଲେ ମୁସଲିମ୍ ପରିବାର, ପ୍ରଥମେ ଗଣେଷଙ୍କୁ କଲେ ନିମନ୍ତ୍ରଣ

ଲକ୍ଷ୍ନୌ: ଯେତେବେଳେ ବି କାହାର ବିବାହ ସ୍ଥିର ହୁଏ, ସେତେବେଳେ ପ୍ରଥମେ ଅତିଥିମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ନିମନ୍ତ୍ରଣ କାର୍ଡର ଖୋଜା ପଡିଥାଏ । ହିନ୍ଦୁ ଧର୍ମରେ ବିବାହ କରୁଥିବା ଲୋକମାନେ ପ୍ରଥମେ ଭଗବାନ ଗଣେଶଙ୍କୁ ସେମାନଙ୍କ ବିବାହ ନିମନ୍ତ୍ରଣ କାର୍ଡ ପ୍ରଦାନ କରନ୍ତି ଏବଂ ପରେ…

ତମ୍ବାଖୁ କମ୍ପାନୀରେ ରେଡ୍: ପୁଳାପୁଳା ଟଙ୍କା ସହ ୬୦ କୋଟିର ଗାଡ଼ି ଜବତ

ଉତ୍ତରପ୍ରଦେଶ: ଏକ ତମ୍ବାଖୁ କମ୍ପାନୀରେ ଆୟକର ବିଭାଗର ରେଡ୍ । ଚଢ଼ାଉରୁ ମିଳିଛି ପୁଳାପୁଳା ଟଙ୍କା  ସହ ୬୦ କୋଟିରୁ ଅଧିକ ଟଙ୍କାର କାର ମଧ୍ୟ ଜବତ ହୋଇଛି ।  କାନପୁର ସ୍ଥିତ ବଂଶୀଧର ତମ୍ବାଖୁ  କମ୍ପାନୀର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ରେଡ୍ ବେଳେ ସମସ୍ତ ସମ୍ପତି ଆୟକର ବିଭାଗ…

ଅକାଳରେ ମୃତ୍ୟୁବରଣ କରିଥିବା ଛୁଆ ହାତୀକୁ ସମାଧୀ ଦିଏ ମା’ ହାତୀ, ସାମ୍ନାକୁ ଆସିଲା ପୁରା ତଥ୍ୟ

ନୂଆଦିଲ୍ଲୀ: ହାତୀ ଏକ ସମ୍ବେଦନଶୀଳ ପ୍ରାଣୀ । ସେମାନେ ବହୁତ ବୁଦ୍ଧିମାନ ମଧ୍ୟ । ଆଜି ବି ଭାରତର ଅନେକ ମନ୍ଦିରରେ ହାତୀ ଥିବା ଦେଖାଯାଏ । ହାତୀ ତା’ର ଶୁଣ୍ଢରେ ସମସ୍ତଙ୍କୁ ଆଶୀର୍ବାଦ ଦେଇଥାଏ । ଏହାରି ଭିତରେ ଏକ ଅଧ୍ୟୟନରୁ ହାତୀ ମାନଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ କଥା ପ୍ରକାଶ ପାଇଛି ।…

ଖରାଦିନ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ବର: ଭୀଷଣ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି । ଖରାଦିନ ପାଇଁ ଶିକ୍ଷାନୁଷ୍ଠାନରେ ଉପଯୁକ୍ତ ବ୍ୟବସ୍ଥା କରାଇବାକୁ ଚିଠି ଲେଖିଛି ବିଭାଗ । ଏହା ସହ ସମସ୍ତ ସମସ୍ତ ସ୍କୁଲ, କଲେଜ ଓ ଅନ୍ୟାନ୍ୟ…

୨୦୨୩ ରିପୋର୍ଟ ମୁତାବକ; ସଡକ ଦୁର୍ଘଟଣାରେ ରାଜ୍ୟରେ ଯାଇଛି ୫ ହଜାର ୬୦୦ ଜୀବନ

ଭୁବନେଶ୍ବର: ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁଙ୍କ ସଭାପତିତ୍ୱରେ ରାଜ୍ୟ ସଡକ ସୁରକ୍ଷା ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ରିପୋର୍ଟ ମୁତାବକ, ରାଜ୍ୟରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ବୃଦ୍ଧି ପାଉଛି । ୨୦୨୩ ମସିହାରେ ସଡକ ଦୁର୍ଘଟଣାରେ ପ୍ରାୟ ୫ ହଜାର ୬୦୦ ଜଣ ପ୍ରାଣ…

ବେଙ୍ଗାଲୁରୁରେ ବଡ ଧରଣର ବିସ୍ଫୋରଣ, ୪ ଆହତ

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି । ବିସ୍ଫୋରଣର କାରଣ ଅସ୍ପଷ୍ଟ ଥିବା ବେଳେ କୌଣସି ସନ୍ଦେହଜନକ ବିସ୍ଫୋଟକ ଫାଟିଥିବାର ସନ୍ଦେହ କରାଯାଉଛି । ବିସ୍ଫୋରଣ କାରଣରୁ ଚାରିଆଡେ ଏବେ ଭୟର ବାତାବରଣ ଖେଳିଯାଇଛି । ବେଙ୍ଗାଲୁରୁର ରମେଶ୍ୱରମ୍ କାଫେରେ…

୨୦ ବର୍ଷର ପ୍ରତୀକ୍ଷାର ଘଟିଲା ଅନ୍ତ, ସିନ୍ଦରୀ ପାଇଲା ନୂଆ ଜୀବନ

ରାଞ୍ଚି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଝାଡଖଣ୍ଡ ଗସ୍ତକୁ ନେଇ ଯଦି କୌଣସି ବିଷୟରେ ଅଧିକ ଆଲୋଚନା ହେଉଛି, ତେବେ ତାହା ହେଉଛି ହର୍ଲ କାରଖାନା । ଦୀର୍ଘ ୨୦ବର୍ଷ ପରେ ଯାହାକୁ ନୂତନ ଜୀବନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦୀର୍ଘ ୨୦ ବର୍ଷର ଅପେକ୍ଷା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ରାଜଧାନୀରେ ଯୁବ କଂଗ୍ରେସ ବିକ୍ଷୋଭ: ପୋଲିସ ଉପରକୁ ଅଣ୍ଡାମାଡ଼

ଭୁବନେଶ୍ବର: ସରକାରଙ୍କ ବିରୋଧରେ ତାତିଲା ଯୁବ କଂଗ୍ରେସ । ସରକାରଙ୍କ ବିଫଳତାକୁ ମୁଦ୍ଦା କରି ଯୁବ କଂଗ୍ରେସର ପ୍ରତିବାଦ । ରଣହୁଙ୍କାର ଦେଇ ନବୀନ ନିବାସ ଅଭିମୁଖେ ମାଷ୍ଟରକ୍ୟାଣ୍ଟିନରୁ ବାହାରିଥିଲା ଯୁବ କଂଗ୍ରେସ ରାଲି । ରାଲିରେ ସାମିଲ ହୋଇଥିଲେ ଶତାଧିକ କଂଗ୍ରେସ କର୍ମୀ । ରାଲିକୁ…