Latest Odisha News

BREAKING NEWS

ସପରିବାର ସହ କଂଗ୍ରେସକୁ ଫେରିଲେ ଗିରିଧର ଗମାଙ୍ଗ

ଭୁବନେଶ୍ବର: କଂଗ୍ରେସକୁ ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ଆଜି ଦିଲ୍ଲୀ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଗିରିଧର ଗମାଙ୍ଗଙ୍କ ସହ ତାଙ୍କ ପତ୍ନୀ ପୂର୍ବତନ ସାଂସଦ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ ଯୋଗ ଦେଇଛନ୍ତି । କଂଗ୍ରେସ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଛି ।…

ବିଶ୍ୱନାଥନ ଆନନ୍ଦଙ୍କୁ ପଛରେ ପକାଇଲେ ପ୍ରଜ୍ଞାନନନ୍ଦ

ନୂଆଦିଲ୍ଲୀ: ଭାରତର ଷ୍ଟାର ଚେସ ଖେଳାଳି ଆର.ପ୍ରଜ୍ଞାନନନ୍ଦ ଆଉ ଏକ କୀର୍ତିମାନ ନିଜ ନାମରେ ଯୋଡିଛନ୍ତି । ଟିଟା ଷ୍ଟିଲ ଚେସରେ ସେ ବିଶ୍ୱ ଚାମ୍ପିୟନ ଡିଙ୍ଗ ଲାଇରେନଙ୍କୁ ପରାସ୍ତ କରିଥିଲେ । ଏଥିସହ ସେ ବିଶ୍ୱନାଥନ ଆନନ୍ଦଙ୍କୁ ପଛରେ ପକାଇ ଭାରତର ଏକ ନମ୍ବର ଚେସ ଖେଳାଳି ପାଲଟିଛନ୍ତି ।…

ଆଇପିଏଲ ୨୦୨୪: ଏଥର ପର୍ଯ୍ୟାୟକ୍ରମେ ଘୋଷଣା କରାଯିବ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଚଳିତ ବର୍ଷ ଜୁନ ମାସରୁ ଖେଳାଯିବ । ଏବେ ସମସ୍ତଙ୍କ ନଜର ଆଇପିଏଲ ୨୦୨୪ କାର୍ଯ୍ୟସୂଚୀ ଉପରେ ରହିଛି । ରିପୋର୍ଟ ଅନୁସାରେ ଆଇପିଏଲ ୨୧ମାର୍ଚ୍ଚରୁ ମେ ୨୬ ପର୍ଯ୍ୟନ୍ତ ଖେଳାଯାଇପାରେ । ଏହାର କାର୍ଯ୍ୟସୂଚୀ ପ୍ରଥମ ଥର ପାଇଁ ପର୍ଯ୍ୟାୟକ୍ରମେ ଘୋଷଣା କରାଯିବ ବୋଲି…

ମାହାଙ୍ଗା ଡବଲ ମର୍ଡର: ବିଧାୟକ ପ୍ରତାପ ଜେନାଙ୍କୁ ଆଶ୍ୱସ୍ତି, ଅନ୍ତରୀଣ ସୁରକ୍ଷା ଫେବୃଆରୀ ୧ ଯାଏଁ ବଳବତ୍ତର

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କୁ ପୁଣି ଆଶ୍ୱସ୍ତି ମିଳିଛି । ଫେବ୍ରୁଆରି ୧ ଯାଏଁ ବଢ଼ିଲା ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ଅବଧି । ସାଲେପୁର ଜେଏମଏଫସି ଅଦାଲତଙ୍କ ୨୦୨୩, ସେପ୍ଟେମ୍ବର ୨୫ର ନିର୍ଦ୍ଦେଶ ବିରୋଧରେ ପ୍ରଦାପ ଜେନା ଦାୟର କରିଥିବା…

ଫେକ୍‌ ଆକାଉଣ୍ଟ ମାମଲା: ର‍୍ୟାକେଟ୍‌ର ଅନ୍ୟତମ ସଦସ୍ୟ ସୌରଭ ମାଇତି ଗିରଫ

ଭୁବନେଶ୍ବର: ଫେକ୍‌ ଆକାଉଣ୍ଟ ମାମଲାରେ ଆଉ ଜଣେ ଗିରଫ । ପଶ୍ଚିମବଙ୍ଗ ମେଦିନାପୁରରୁ (୩୦) କୁ ଗିରଫ କଲା ଏସ୍‌ଟିଏଫ୍ । ଗିରଫ ପରେ ସୌରଭକୁ ୪ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ବର ଅଣାଯାଉଛି । ଗରିବ ଓ ଅପାଠୁଆ ଲୋକଙ୍କ ଠାରୁ ଡକ୍ୟୁମେଣ୍ଟ ଆଣି ତାଙ୍କ ନାଁ ରେ ଆକାଉଣ୍ଟ ଖୋଲି ବେଆଇନ…

ରାଜଧାନୀରୁ ବିପୁଳ ପରିମାଣର କଫ୍ ସିରଫ ଜବତ, ୨ ଗିରଫ

ଭୁବନେଶ୍ବର: ବିପୁଳ ପରିମାଣର କଫ ସିରପ ଜବତ କଲା ନୟାପଲ୍ଲୀ ପୋଲିସ । ୧୬୮୦ ଟି ବୋତଲ ଜବତ କରିବା ସହ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ମହିମା ନଗର ଗାଢକଣ ର ଜଗନ୍ନାଥ ଜେନା ଓରଫ ଜଗନ (୪୭) ଓ ସାଲିଆ ସାହି ବସ୍ତିର ଅନିଲ କୁମାର ନାୟକ ଓରଫ ଅଞ୍ଛୁ (୨୫) ।…

ପ୍ରତୀକ୍ଷାର ଅନ୍ତ ଘଟିଲା; ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ପୁରୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ଭକ୍ତଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ । ନିର୍ଦ୍ଧାରିତ ସମୟ ଅନୁସାରେ ଗଜପତି ମହାରାଜାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରକଳ୍ପ ଲୋକାର୍ପଣ ସହ ଫଳକ ଉନ୍ମୋଚନ ହୋଇଛି । ତିନି ଦିନ ଧରି…

ସିକ୍ସ ପ୍ୟାକ ଚେହେରାର ସତ୍ୟତା ନେଇ ମୁହଁ ଖୋଲିଲେ ମନୋଜ

ମୁମ୍ବାଇ: ଅଭିନେତା ମନୋଜ ବାଜପେୟୀ ଏବେ ତାଙ୍କର ଆଗାମୀ ୱେବ ସିରିଜ କିଲର ସୁପକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନୂତନ ବର୍ଷ ଅବସରରେ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥିରେ ଶର୍ଟଲେସ ମନୋଜଙ୍କ ସିକ୍ସ ପ୍ୟାକ ଚେହେରା ଦଶର୍କଙ୍କୁ ବେଶ ପସନ୍ଦ ଆସିଥିଲା । ଏବେ ମନୋଜ ଏହି…

ମିଳିଲାନି ମହାପ୍ରୟାଣ ଗାଡି, ମୃତଦେହକୁ ଏକ କିଲୋମିଟର ବୋହି ନେଲେ ପରିବାର ଲୋକେ

ସୁନ୍ଦରଗଡ଼: ପୁଣି ମୃତଦେହକୁ ଅସମ୍ମାନ । ଗୋଟିଏ କିଲୋମିଟର ଯାଏଁ ମୃତଦେହକୁ ଟେକି ଟେକି ନେଲେ ସମ୍ପର୍କୀୟ । ପୁଣି ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ । ମୃତକ ହେଲେ ସୁନ୍ଦରଗଡ ସଦର ବ୍ଲକ ଟିମାଡିହି ଗାଁର ସୁରେଶ ଚନ୍ଦ୍ର ପଟେଲ । ଖବର ମୁତାବକ,…

ମହିଳାମାନେ ଖାଆନ୍ତୁ କଞ୍ଚା ଅମୃତଭଣ୍ଡା, ଏହି ସବୁ ରୋଗରୁ ମିଳିବ ଉପଶମ

ନୂଆଦିଲ୍ଲୀ: କଞ୍ଚା ଅମୃତଭଣ୍ଡା ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ । ସେହିପରି ପାଚିଲା ଅମୃତଭଣ୍ଡା ମଧ୍ୟ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ବିଶେଷକରି ମହିଳାମାନେ କଞ୍ଚା ଅମୃତଭଣ୍ଡା ଖାଇବା ଜରୁରୀ । କଞ୍ଚା ଓ ପାଚିଲା ଅମୃତଭଣ୍ଡା ଯେତିକି ସ୍ୱାଦିଷ୍ଟ ତାହା…