Latest Odisha News

BREAKING NEWS

ଫେକ୍‌ ଆକାଉଣ୍ଟ ମାମଲା: ର‍୍ୟାକେଟ୍‌ର ଅନ୍ୟତମ ସଦସ୍ୟ ସୌରଭ ମାଇତି ଗିରଫ

ଭୁବନେଶ୍ବର: ଫେକ୍‌ ଆକାଉଣ୍ଟ ମାମଲାରେ ଆଉ ଜଣେ ଗିରଫ । ପଶ୍ଚିମବଙ୍ଗ ମେଦିନାପୁରରୁ (୩୦) କୁ ଗିରଫ କଲା ଏସ୍‌ଟିଏଫ୍ । ଗିରଫ ପରେ ସୌରଭକୁ ୪ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ବର ଅଣାଯାଉଛି ।

ଗରିବ ଓ ଅପାଠୁଆ ଲୋକଙ୍କ ଠାରୁ ଡକ୍ୟୁମେଣ୍ଟ ଆଣି ତାଙ୍କ ନାଁ ରେ ଆକାଉଣ୍ଟ ଖୋଲି ବେଆଇନ କାରବାର କରୁଥିଲା ଏହି ର‍୍ୟାକେଟ୍ । ଆକାଉଣ୍ଟକୁ ମୋଟା ଅର୍ଥରେ ଅନ୍ୟକୁ ବିକି ମାଲାମାଲ୍‌ ହେଉଥିଲେ ଏହି ର‍୍ୟାକେଟ୍ ର ସଦସ୍ୟ ।

ଏହି ର‍୍ୟାକେଟ୍ ଓଡିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗରେ କାମ କରୁଥିଲା । ବିଶେଷ କରି ଓଡିଶାର ବାଲେଶ୍ବର, ମୟୁରଭଞ୍ଜ ଜିଲ୍ଲାରେ ସକ୍ରିୟ ଥିଲେ । ପୂର୍ବରୁ ଏହି ଘଟଣାରେ ୪ ଜଣଙ୍କୁ ଏସ୍‌ଟିଏଫ୍ ଗିରଫ କରିସାରିଥିବାବେଳେ, ଆଜି ଆଉ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ ।

ଏହି ର‍୍ୟାକେଟକୁ ପଶ୍ଚିମବଙ୍ଗର ପଶ୍ଚିମ ମିଦନାପୁରର ଏସକେ ଜାମିରୁଦ୍ଦିନ ପରିଚାଳନା କରିଥିଲେ । ସେ ଏଥିପାଇଁ ପ୍ରାୟ ୧୦-୧୫ ଲୋକଙ୍କୁ ନିୟୋଜିତ କରିଥିଲେ । ଆଉ ସେମାନଙ୍କ ମାସିକ ବେତନ ୧୫୦୦୦ ଟଙ୍କା ରଖିଥିଲେ । ଏହି ବ୍ୟାଙ୍କ ଖାତା କୁ ସଦସ୍ୟମାନେ ଏହି ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଅଞ୍ଚଳ ରେ ପରିଦର୍ଶନ କରିଥିଲେ । ମୁଖ୍ୟତଃ ଗରିବ ଗ୍ରାମବାସୀ/ଆଦିବାସୀଙ୍କୁ ଟାର୍ଗେଟ କରିବା ଏବଂ ସେମାନଙ୍କୁ ଆକାଉଣ୍ଟ ଖୋଲିବା ପାଇଁ ପ୍ରବର୍ତ୍ତାଇବା ଏହି ସବୁ ମୁଖ୍ୟ କାର୍ଯ୍ୟ ଥିଲା । ଆକାଉଣ୍ଟ ଖୋଲିବା ପାଇଁ ଗ୍ରାମବାସୀଙ୍କୁ ସାଧାରଣତଃ ଦୁଇ ହଜାର ଟଙ୍କା ଦେବାକୁ କୁହାଯାଉଥିଲା ବୋଲି ସୂଚନା ରହିଛି ।

Leave A Reply

Your email address will not be published.