Latest Odisha News

BREAKING NEWS

ରାଜଧାନୀରୁ ବିପୁଳ ପରିମାଣର କଫ୍ ସିରଫ ଜବତ, ୨ ଗିରଫ

ଭୁବନେଶ୍ବର: ବିପୁଳ ପରିମାଣର କଫ ସିରପ ଜବତ କଲା ନୟାପଲ୍ଲୀ ପୋଲିସ । ୧୬୮୦ ଟି ବୋତଲ ଜବତ କରିବା ସହ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ମହିମା ନଗର ଗାଢକଣ ର ଜଗନ୍ନାଥ ଜେନା ଓରଫ ଜଗନ (୪୭) ଓ ସାଲିଆ ସାହି ବସ୍ତିର ଅନିଲ କୁମାର ନାୟକ ଓରଫ ଅଞ୍ଛୁ (୨୫) ।

ଖବର ମୁତାବକ, ଆଜି ନୟାପଲ୍ଲୀ ଥାନା ଅଧୀନ କସ୍ତୁରବା ସ୍କୁଲ ବସ୍ ଷ୍ଟପ୍ ରେ ଦୁଇ ଜଣ ବ୍ୟକ୍ତି ବେନିୟମ ଭାବେ କଫ ସିରଫ ଚାଲାଣ କରୁଛନ୍ତି ବୋଲି କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା ନୟାପଲ୍ଲୀ ଥାନା ପୋଲିସ । ଖବର ଆଧାରରେ ପୋଲିସ ର ଏକ ଟିମ୍ ଉକ୍ତ ବ୍ୟକ୍ତିଙ୍କ ଉପରେ ଚଢାଉ କରିଥିଲେ । କଫ୍ ସିରଫ ର କୌଣସି କାଗଜ ପତ୍ର ଦେଖାଇପାରିନଥିଲେ ଯେଉଁ କାରଣରୁ ଏହା ବେନିୟମ ଭାବେ ଚୋରା ଚାଲାଣ ହେଉଥିବା ସ୍ପଷ୍ଟ ହୋଇଥିଲା ପୋଲିସ ।

ଏହି ତଥ୍ୟ ଆଧାରରେ ଉଭୟଙ୍କୁ ଗିରଫ କରିଥିଲା ନୟାପଲ୍ଲୀ ଥାନା ପୋଲିସ । ଏହା ସହିତ ୧୬୮୦ ବୋତଲ ଟି ୧୦୦ ଏମଏଲର ଓ୍ବିନସେରେକ୍ସ କଫ୍ ସିରଫ ବୋତଲ ଜବତ ହୋଇଛି । ପ୍ରାଥମିକ ତଦନ୍ତ ରେ ଜଣାପଡିଛି ଯେ, ଏହି ବୋତଲ କଲିକତାରୁ ଆଣି ଭୁବନେଶ୍ବରରେ ଅନଲୋଡ କଲାପରେ ରାଜ୍ୟର ଅନ୍ୟସ୍ଥାନକୁ ଚାଲାଣ ହୋଇଥାନ୍ତା ।

ତେବେ ଏହାକୁ ନିଶା ଦ୍ରବ୍ୟ ଭାବେ ବ୍ୟବହାର କରାଯାଇଥାନ୍ତା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଜାରି ରଖିଛି ନୟାପଲ୍ଲୀ ଥାନା ପୋଲିସ ।

Leave A Reply

Your email address will not be published.