Latest Odisha News

BREAKING NEWS

ମାଲଗାଡି ଟ୍ରେନ ତଳେ ଚାପି ହୋଇ ୬ ଶ୍ରମିକଙ୍କ ମୃତ୍ଯୁ ଘଟଣାରେ ଖୋର୍ଦ୍ଧା ଡିଆରଏମଙ୍କ ତଦନ୍ତ ଜାରି

ଯାଜପୁର: ଯାଜପୁର କେନ୍ଦୁଝର ରୋଡ ଷ୍ଟେସନରେ ଏକ ଇଞ୍ଜିନ ବିହୀନ ମାଲବାହୀ ଟ୍ରେନ୍ ଚକା ତଳେ ଚାପି ହୋଇ ୬ ଜଣ ଶ୍ରମିକଙ୍କ ଜୀବନ ଯିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଖୋର୍ଦ୍ଧା ଡିଭିଜନାଲ ରେଲଓ୍ୱେ ମ୍ୟାନେଜର (ଡିଆରଏମ)ଙ୍କ ନେତୃତ୍ୱରେ ରେଳବାଇର ଏକ ଟିମ୍ ବିନା ଇଞ୍ଜିନରେ ଟ୍ରେନ କିପରି ଗଡିଲା…

ରଥଯାତ୍ରା ଶେଷ ସମନ୍ୱୟ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ପୁରୀ : ଆଉ ୧୨ ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଆଉ ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଆସନ୍ତା ୧୩ ତାରିଖ ପୂର୍ବାହ୍ଣ ୧୧ଟାରେ ଅନୁଷ୍ଠିତ ହେବ ରଥଯାତ୍ରା ତୃତୀୟ ତଥା ଶେଷ ସମନ୍ୱୟ ବୈଠକ। ପ୍ରତିବର୍ଷ ଭଳି ଚଳିତବର୍ଷ ଏହି ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି…

କଟକ ସହରରେ ସିରିଜ୍‌ ଦୁର୍ଘଟଣା, ବେପରୁଆ ଗାଡି ଚାଳକ ଅଟକ

କଟକ: ଏକ ଦୁର୍ଭାଗ୍ୟଜନକ ଘଟଣାକ୍ରମରେ ବାରବାଟୀ ଷ୍ଟାଡିୟମ, ଯୋବ୍ରା, ଓ ଚାଉଳିଆଗଞ୍ଜ ନିକଟରେ ଜଣେ ନିଶାସକ୍ତ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ଏକ କାର୍ ଏକାଧିକ ଗାଡ଼ିକୁ ଧକ୍କା ଦେବା ଫଳରେ କଟକରେ ସିରିଜ ଦୁର୍ଘଟଣା ଦେଖିବାକୁ ମିଳିଛି। ବେପରୁଆ ଡ୍ରାଇଭର ଜଣଙ୍କୁ ପରେ ସ୍ଥାନୀୟ ଲୋକେ କାବୁ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୩୯)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ବୀରା ହାତକୁ ମଗ୍‌ଟେ ଚା' ବଢ଼େଇ ଦେଇ ସମୀରା କହିଲା, “ଏଇ ନେ ।” ଖୁସି ହୋଇଯାଇ ବୀରା ଧନ୍ୟବାଦ କହି ତା\' ମନପସନ୍ଦର ଚା’କୁ ଉପଭୋଗ କରୁଥିବା ବେଳେ, ସମୀରା ପଚାରିଲା, “ସିଡ଼୍ ଆଉ ରୋହାନ୍‌ଙ୍କୁ ଫୋନ୍ କରି…

ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ଫିଟା ନୀତି, ଅଣସର ଘରେ ମହାପ୍ରଭୁଙ୍କ ଚାଲିଛି ଉପଚାର

ପୁରୀ: ଅଣସର ଘରେ ଶ୍ରୀଜିଉଙ୍କ ଚାଲିଛି ଉପଚାର। ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ଚତୁର୍ଦ୍ଧାବିଗ୍ରହ। ଅଣସର ଘରେ ଅଣସର ପିଣ୍ଡିରେ ବିଜେ କରିଛନ୍ତି ଶ୍ରୀଜିଉ। ଚାଲିଛି ଗୁପ୍ତ ସେବା। ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି ଦଇତାପତି ସେବକ।…

ଅନୁବାଦ କବିତା : ଚନ୍ଦ୍ରାହତ

ମୂଳ ବଙ୍ଗଳା: ଜୟ ଗୋସ୍ୱାମୀ ଚନ୍ଦ୍ର ଦେହରେ ଉଲକା ମାଡ଼ର ଗାତ ଚନ୍ଦ୍ର ଉପରେ ବହୁବର୍ଷର ଉଲକା ଗୁଣ୍ଡର ଧୂଳି ଶରୀରରେ ହଜାର ମାଇଲର କଟା ଦାଗ ଏବଂ ତା ମସ୍ତିସ୍କରେ ଶୁଖି ବାଲି ହୋଇଯାଇଥିବା ସମୁଦ୍ର। ଛାତ ଉପରେ ଚନ୍ଦ୍ରାହତ ମଣିଷ ତାର ନାକ, କାନ, ମୁହଁ ଦେଇ କ୍ରମାଗତ ବହି…

ଭାଷା ଭାଗବତ : ସତ୍ୟର ଉପାସକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସତ କହ, ଅବା ନ କହ ସତ୍ୟାନୁଭୂତି ସହ ରହ ସତ୍ୟକୁ ପାରେ ଯିଏ ସହି ନିରବ ହୋଇ, ଥାଏ ରହି ନ କଲେ ସତ୍ୟର ପ୍ରଚାର ପ୍ରତ୍ୟେକ ବ୍ୟକ୍ତି ଆବିଷ୍କାର କରିବେ ନିଜ ନିଜ ସତ୍ୟ ରହିବେ ସତ୍ୟର ସହିତ ସତ୍ୟ ତ ଏମିତି ଚୁଂବକ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକଙ୍କ ବିଷୟରେ ଆଲୋଚନା କରିବା ଅବସରରେ ଆମେ ଜାଣିଲେ ଅଧିକାଂଶ ସେବା ବଂଶାନୁକ୍ରମିକ ଭାବେ ଚାଲିଆସୁଛି। ଅର୍ଥାତ ଶ୍ରୀମନ୍ଦିର ପରମ୍ପରା ସହ ନିବିଡ଼ ଭାବେ ଜଡିତ ହୋଇ…

ସ୍କୁଲ ଛୁଟି ଖୋଲିବା ପୂର୍ବରୁ ଅଭିଭାବକ ଓ ଛାତ୍ରଛାତ୍ରୀ ଚିନ୍ତିତ; ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ

ବାହାନଗା: ଗ୍ରୀଷ୍ମ ଛଟି ଶେଷ ହେବାକୁ ଯାଉଛି। ଖୋଲିବାକୁ ଯାଉଛି ସ୍କୁଲ। ହେଲେ ବାହାନଗା ବଜାର ହାଇସ୍କୁଲରେ ଗ୍ରୀଷ୍ମ ଛୁଟି ପରେ ଛାତ୍ରଛାତ୍ରୀମାନେ ଆସିବାକୁ କେତେ ପ୍ରସ୍ତୁତ ତାହା ଏବେ ଆଲୋଚନାର ବିଷୟ ହୋଇଛି। ଏପରି ଆଲୋଚନାର କାରଣ ନିକଟରେ ଘଟିଥିବା ଟ୍ରେନ ଦୁର୍ଘଟଣା। ଯାହାକୁ ନେଇ…

ମାଲଗାଡି ଓ୍ବାଗନ ତଳେ ଚାପି ହୋଇ ୬ ଜଣଙ୍କ ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲାରେ ବୁଧବାର ଏକ ହୃଦୟ ବିଦାରକ ଘଟଣା ଘଟିଛି। ମାଲଗାଡି ଓ୍ବାଗନ ତଳେ ଚାପି ହୋଇଯିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ଇଷ୍ଟକୋଷ୍ଟ ରେଲଓ୍ବେ ଏହି ଦୁର୍ଭାଗ୍ୟଜନକ ଘଟଣାକୁ ସୁନିଶ୍ଚିତ କରି କହିଛି ଯେ ପୀଡ଼ିତମାନେ ଠିକା ଶ୍ରମିକ ଥିଲେ ଯେଉଁମାନେ ଯାଜପୁର-କେନ୍ଦୁଝର ରୋଡ୍…