କ୍ଷମତା ହାସଲ ପାଇଁ ସୁଦାନ ଆର୍ମି ଓ ପାରାମିଲିଟାରୀ ଫୋର୍ସ ମଧ୍ୟରେ ଯୁଦ୍ଧ: ୨୭ ମୃତ, ୧୮୩ରୁ ଅଧିକ ଆହତ
ଖାର୍ତୋମ: କ୍ଷମତା ହାସଲ କରିବାକୁ ସୁଦାନ ଆର୍ମି ଓ ପାରାମିଲିଟାରୀ ଫୋର୍ସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ରାଜଧାନୀ ଖାର୍ତୋମ୍ରେ ହୋଇଥିବା ଗୁଳିକାଣ୍ଡରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ୧୮୩ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ଅନେକ ବେଶି ବୋଲି ସୁଦାନ ଡାକ୍ତର ସଂଘ କହିଛି।…