ନୂଆଦିଲ୍ଲୀ: ଦକ୍ଷିଣ ନାଇଜେରିଆରେ ବଡ଼ଧରଣର ବିସ୍ଫୋରଣ । ଏକ ପେଟ୍ରୋଲ ଟ୍ୟାଙ୍କରରେ ଭୟଙ୍କର ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଗୁରୁତର ହୋଇଥିବା ନେଇ ସୂଚନା ମିଳିଛି । ତେବେ ଭାରସାମ୍ୟ ହରାଇ ୧୭ଟି ଗାଡ଼ିକୁ ଧକ୍କା ଦେଇଥିଲା ତେଲ ଟ୍ୟାଙ୍କର୍ । ଗୋଟିଏ ପରେ ଗୋଟିଏ ଗାଡ଼ି ସହ ଧକ୍କା ହେବା ଫଳରେ ଘଟିଥିଲା ଏହି ଭୟଙ୍କର ବିସ୍ଫୋରଣ ।
ସୂଚନା ଅନୁସାରେ, ନାଇଜେରିଆର ଦକ୍ଷିଣ-ପୂର୍ବ ରାଜ୍ୟ ଏନୁଗୁର ଏନୁଗୁ-ଓନିତ୍ସା ଏକ୍ସପ୍ରେସୱେରେ ଏକ ପେଟ୍ରୋଲ ବୋଝେଇ ଟ୍ୟାଙ୍କର ନିୟନ୍ତ୍ରଣ ହରାଇ ଗୋଟେ ପରେ ଗୋଟେ ୧୭ଟି ଗାଡିକୁ ଧକ୍କା ଦେଇଥିଲା । ଫଳରେ ଟ୍ୟାଙ୍କରରେ ନିଆଁ ଲାଗି ଏହି ଭୟଙ୍କର ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ପାଖାପାଖି ୧୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଉର୍ଦ୍ଧ୍ଵ ଆହତ ହୋଇଥିଲେ । ତେବେ ମୃତକମାନଙ୍କୁ ଏ ପର୍ଯ୍ୟନ୍ତ ଚିହ୍ନଟ କରାଯାଇ ପାରିନାହିଁ । ସେପଟେ ଘଟଣାସ୍ଥଳରୁ ୩ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଉତ୍ତର ନାଇଜେରିଆରେ ଏକ ପେଟ୍ରୋଲ ଟ୍ୟାଙ୍କର୍ ଟ୍ରକ୍ ଓଲଟି ପଡ଼ିଥିଲା । ଏହି କାରଣରୁ ଇନ୍ଧନ ଚାରିଆଡେ ବ୍ୟାପି ଯିବାରୁ ଭୟଙ୍କର ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ୭୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଏଥିସହ ନିକଟରେ ଥିବା ୧୫ରୁ ଅଧିକ ଦୋକାନ ନଷ୍ଟ ହୋଇଯାଇଥିଲା ।
Comments are closed.