Latest Odisha News

BREAKING NEWS

ମାଲକାନଗିରିରେ ଦୀର୍ଘ ୪୦ବର୍ଷ ପରେ ମଞ୍ଚସ୍ଥ ହେଲା ଗାନ୍ଧୀଙ୍କ ଓଡ଼ିଶା ନାଟକ 

ମାଲକାନଗିରି: ଦୀର୍ଘ ୪୦ବର୍ଷ ପରେ ମଞ୍ଚସ୍ଥ ହେଲା ଗାନ୍ଧୀଙ୍କ ଓଡ଼ିଶା ନାଟକ । ମହତ୍ମା ଗାନ୍ଧିଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ମାଲକାନଗିରି ଜିଲ୍ଲା ସଦର ମହକୁମା ସଂସ୍କୃତି ଭବନଠାରେ ଗତକାଲି ଗାନ୍ଧୀଙ୍କ ଓଡ଼ିଶା ନାଟକ ମଞ୍ଚସ୍ଥ ହୋଇଛି  । 

ଏହି ଅବସରରେ ମଞ୍ଚରେ ପରିବେଷଣ ହୋଇଥିଲା ନାଟକ ଗାନ୍ଧୀଙ୍କ ଓଡ଼ିଶା । ବିଶେଷ କରି ଦେଶ ସ୍ଵାଧୀନ ହେବା ପୂର୍ବରୁ ଓଡିଶାର ନଅଙ୍କ ଦୁର୍ଭିକ୍ଷ ସାଙ୍ଗକୁ ଗୋରା ସରକାର ଓଡିଶାରେ ଆଦିବାସୀଙ୍କ ଉପରେ କରୁଥିବା ଅତ୍ୟାଚାର ସମୟର ଦୃଶ୍ୟ ଶହ ଶହ ଦର୍ଶକଙ୍କ ହୃଦୟ ଜିତିପାରିଥିଲା ।

ଗାନ୍ଧୀଙ୍କ ଭୁମିକାରେ ବାଲରାଜୁ ପବନ ମୁଖ୍ୟ ଭୁମିକା ଗ୍ରହଣ କରିଥିବା ବେଳେ କସ୍ତୁରବା ଗାନ୍ଧୀ ଭୁମିକାରେ ସରିତା ହରିଜନ, ଗୋପବନ୍ଧୁ ଦାଶଙ୍କ ଭୁମିକାରେ କେ.ରଞ୍ଜିତ କୁମାର ପାତ୍ର ଓ ମଧୁସୁଦନ ଦାସଙ୍କ ଭୁମିକାରେ ରାମା ମାଡକାମି ଅଭିନୟ କରିଥିଲେ । 

ନାଟକର ନିର୍ଦ୍ଧେଶନା ଦେଇଥିଲେ ଜୟନ୍ତ ଶାନ୍ତ୍ରା ଓ ଗୁପ୍ତ ପାଣିଗ୍ରାହି । ତେବେ ସମସ୍ତ ଚରିତ୍ରକୁ ମଞ୍ଚରେ ସୁଚାରୁ ଭାବେ ପରିବେଷଣ କରୁଥିବା ସମସ୍ତ କଳାକାର ହେଉଛନ୍ତି ମାଲକାନଗିରି ଜିଲ୍ଲାର ଆଦିବାସୀ ଓ ହରିଜନ ଯୁବପିଢି । ଯାହାକୁ ଏକ ସଂଗଠନ କରିଛନ୍ତି ମାଲକାନଗିରିର ଆଓମା ସଂସ୍ଥାର ଅଧ୍ୟକ୍ଷ ବିନାଶ କୁମାର ମିଶ୍ର ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଏସ.ଡି.ସି ଚେୟାରପର୍ଶନ ମାନସ ମାଡକାମୀ, ଅନ୍ୟତମ ଅତିଥି ଭାବେ ମାଲକାନଗିରି ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମୀ ଓ ଅତିରିକ୍ତ ଜିଲ୍ଲାପାଳ ବିରଶେନ ପ୍ରଧାନ ଯୋଗ ଦେଇଥିଲେ । 

Leave A Reply

Your email address will not be published.