ଭୁବନେଶ୍ବର: ଭୁବନେଶ୍ୱର ଲୋୟର ପିଏମଜିରେ ସ୍ଥାୟୀ ନିଯୁକ୍ତି ଓ ଦରମା ବୃଦ୍ଧି ଦାବିରେ ଗତ ୮ ଦିନ ହେଲା ଅହୋରାତ୍ର ଧାରଣାରେ ବସିଛନ୍ତି ଯୋଗାଣ ସହାୟକ । ଏହି ମଧ୍ୟରେ ଯୋଗାଣ ସହାୟକମାନେ ଧାରଣାସ୍ଥଳରେ ହିଁ ଗଣେଶ ପୂଜା ଆୟୋଜନ କରିଛନ୍ତି ।
ନିଜର ହକ୍ ପାଇଁ ରାଜରାସ୍ତାରେ ଧାରଣା ଦେଉଥିବା ଯୋଗାଣ ସହାୟକମାନେ ଧାରଣାସ୍ଥଳରେ ବିଘ୍ନବିନାଶକଙ୍କ ପୂଜା କରିଛନ୍ତି । ଏଥିସହ ଗଣେଶଙ୍କ ନିକଟରେ ନିଜର ଦାବି ଓ ଗୁହାରି ଜଣାଇଛନ୍ତି ଆନ୍ଦୋଳନରତ ଯୋଗାଣ ସହାୟକ । ସରକାର ସେମାନଙ୍କ ଦାବି ଉପରେ ବିଚାର କରି ସମସ୍ୟାର ସମାଧାନ କରନ୍ତୁ ବୋଲି ଦାବି କରିଛନ୍ତି ।
ସୂଚନାଥାଉକି, ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଭୁବନେଶ୍ୱର ଆସି ଲୋୟର ପିଏମଜୀରେ ଆନ୍ଦୋଳନ ଜାରି ରଖିଛନ୍ତି ।

