Latest Odisha News

BREAKING NEWS

ପୂଜା ପାଉଛନ୍ତି ଅଗ୍ରପୂଜ୍ୟ ଶ୍ରୀ ଗଣେଶ, ଚାଲିଛି ତୋରଣ ପ୍ରତିଯୋଗିତା

ପାରାଦୀପ – ପାରାଦୀପର ବିଭିନ୍ନ ସ୍ଥାନରେ ଭକ୍ତିପୂତ ଭାବେ ପାଳିତ ହେଉଛି ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା । ଚଳିତ ବର୍ଷ ବନ୍ଦର ନଗରୀ ପାରାଦୀପରେ ପ୍ରସିଦ୍ଧ ବିଶ୍ଵକର୍ମା ପୂଜା ପରି ଗଣେଶ ପୂଜା ମଧ୍ୟ ଦର୍ଶକଙ୍କୁ ବେଶ୍ ଆକର୍ଷଣ କରିଛି । ବିଶ୍ବକର୍ମା ତୋରଣ ଭଳି ଗଣେଶ ମଣ୍ଡପ ମଧ୍ୟ ଖୁବ୍ ସୁନ୍ଦର ଭାବରେ ସଜା ହୋଇଛି। ଶ୍ରୀ ଗଣେଶ ପୂଜାରେ ମୂର୍ତ୍ତି ସହ ତୋରଣକୁ ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ଶ୍ରଦ୍ଧାଳୁ ମାନେ ଦେଖୁଛନ୍ତି ।

ବିଘ୍ନହର୍ତା ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ । ଚଳିତ ଥର ପାରାଦ୍ଵୀପରେ ଗଣେଶ ପୂଜା ବିଶେଷ ଆକର୍ଷଣ ବହନ କରିଛି । ଯାହା ବର୍ତ୍ତମାନ ପାରାଦ୍ଵୀପରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ପାରାଦିପ ମଧୁବନର ଦୁଇ ପ୍ରମୁଖ କ୍ଳବ ପୂଜା ତୋରଣକୁ ନେଇ ଆୟୋଜକ ମାନେ ଖୁବ ପ୍ରଶଂସା ସାଉଁଟୁଛନ୍ତି । ସବୁଠାରୁ ନିଆରା ଏବଂ ପ୍ରଶଂସନୀୟ ହୋଇଛି ମା ଦୂର୍ଗା ୟୂଥ କମ୍ବାଇନସ ଦ୍ବାରା ପ୍ରସ୍ତୁତ କରାଯାଇଥିବା ‘ଚନ୍ଦ୍ରଯାନ – ୩’ ତୋରଣ । ଏହି ପୂଜା ମଣ୍ଡପଟି ସ୍ବତନ୍ତ୍ର ଭାବେ ଚନ୍ଦ୍ରଯାନ -୩ ସଫଳ ପରୀକ୍ଷଣ କରାଇଥିବା ବୈଜ୍ଞାନିକ ମାନଙ୍କୁ ସମ୍ମାନ ଜଣାଇବା ପାଇଁ ସେମାନଙ୍କ ଚିତ୍ର ପ୍ରତିମା କୁ ପ୍ରଦର୍ଶୀତ କରି ଛୋଟ ଛୋଟ ପିଲାମାନଙ୍କୁ ପ୍ରେରଣା ଦେବାର ଏକ ଅଭିନବ ପ୍ରୟାସ କରାଯାଇଛି । ଏଥିରେ ଚନ୍ଦ୍ରଯାନ-୩ କିପରି ଦକ୍ଷିଣ ମେରୁ ରେ ସଫଳତାର ସହିତ ଲ୍ୟାଣ୍ଡ କରିଥିଲା ତାହାକୁ ନିଖୁଣ ଭାବରେ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଥିବା ବେଳେ ଏହାକୁ ଦେଖି ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।

Leave A Reply

Your email address will not be published.