Latest Odisha News

BREAKING NEWS

ବିବାହ ପାଇଁ ଉଦୟପୁରରେ ବଲିଉଡ୍ ଅଭିନେତ୍ରୀ ପରିଣୀତି-ରାଘବ: ଏୟାରପୋର୍ଟରେ ଦୁହିଁଙ୍କୁ ଗ୍ରାଣ୍ଡ ଓ୍ବେଲକମ୍

ମୁମ୍ବାଇ: ଆଉ ଦୁଇ ଦିନ ପରେ ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ  ଆପ୍‌ର ରାଜ୍ୟସଭା ସାଂସଦ ରାଘବ ଚଢା। ଦୁହେଁ ରାଜସ୍ଥାନର ଉଦୟପୁରରେ ବିବାହ କରିବାକୁ ଯାଉଛନ୍ତି। ଏ ନେଇ ଆଜି ଉଭୟ ଉଦୟପୁରରେ ନିଜ ପରିବାର ସହିତ ପହଞ୍ଚିଛନ୍ତି  । ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି  । ଫଟୋରେ ଉଭୟ ଯୋଡି ଖୁବ୍ ସୁନ୍ଦର ଦେଖାଯାଉଛନ୍ତି  । ରାଘବ ନେଭି ବ୍ଲୁ ରଙ୍ଗର ସ୍ୱେଟ୍‌ଶାର୍ଟ ରେ ନଜର ଆସିଥିବାବେଳେ  ପରିଣୀତି ମେରୁନ୍‌ ରଙ୍ଗର ଜମ୍ପ୍‌ସୁଟ ପିନ୍ଧିଛନ୍ତି  ।  ତାଙ୍କ ସହିତ ତାଙ୍କ ପରିବାର ଲୋକ ଏବଂ ସମ୍ପର୍କୀୟ ମଧ୍ୟ ଉପସ୍ଥିତ ରହିଛନ୍ତି  ।

ଉଦୟପୁର ଏୟାରପୋର୍ଟରେ ବାଜା ବଜାଇ ଉଭୟଙ୍କୁ ଉଦୟପୁରରେ ଗ୍ରାଣ୍ଡ ଓ୍ବେଲକମ୍ କରାଯାଇଛି  । ଉଦୟପୁରରେ ବିବାହର ପ୍ରସ୍ତୁତି ମଧ୍ୟ ଜୋର୍‌ସୋରରେ ଚାଲିଛି  । ଏକ ବଡ଼ ବ୍ୟାନର ମଧ୍ୟ ସାମ୍ନାକୁ ଆସିଛି  । ଯାଉଁଥିରେ ଲେଖାଯାଇଛି  ଉଦୟପୁରରେ ପରିଣୀତି ଚୋପ୍ରା ଓ ରାଘବ ଚଢାଙ୍କୁ ସ୍ୱାଗତ । ଯେହେତୁ ଆସନ୍ତା ୨୪ ତାରିଖରେ ଉଭୟଙ୍କର ବିବାହ ରହିଛି  । ତେଣୁ ଆସନ୍ତାକାଲି ଠାରୁ  ବିବାହର ରୀତିନୀତି ଆରମ୍ଭ ହୋଇଯିବ। କାଲି ସକାଳ ୧୦ଟାରେ ମହାରାଜା ସ୍ବିଟ୍ସରେ ପରିଣୀତିଙ୍କ ଚୁଡା ସେରିମନିରୁ କାର୍ଯ୍ୟକ୍ରମ ହେବ। ଏବଂ ୨୪ ତାରିଖରେ ଉଭୟଙ୍କର ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହେବ  ।

Leave A Reply

Your email address will not be published.