Latest Odisha News

BREAKING NEWS

ଟ୍ରକ୍ ଅଟକାଇ ୬ କୋଟି ମୂଲ୍ୟର ମୋବାଇଲ୍ ଫୋନ୍ ଲୁଟ୍ !

ଆନ୍ଧପ୍ରଦେଶ: ଦିନ ଦ୍ୱିପହରେ ଜାତୀୟ ରାଜପଥରେ ବଡ ଧରଣର ଲୁଟ୍ । ଟ୍ରକ୍‌ରୁ ଲୁଟେରା ଲୁଟିନେଲେ ୬କୋଟି ଟଙ୍କା ମୂଲ୍ୟର ମୋବାଇଲ୍ ଫୋନ୍ । ଏହି ମାମଲାର ପୋଲିସ ତଦନ୍ତ କରୁଥିଲାବେଳେ ଯୋଜନାବଦ୍ଧ ଭାବେ ଲୁଟ୍ ହୋଇଥିବା ସ୍ପଷ୍ଟ ହୋଇଛି ।

ମଙ୍ଗଳାବର ୬ରୁ ୭ଜଣ ଅଜଣା ବ୍ୟକ୍ତି ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ବୋର୍ଡର ନିକଟରେ ଏକ ଟ୍ରକକୁ ଅଟକାଇଥିଲେ । ଟ୍ରକରେ ବୋଝେଇ ହୋଇଥିଲା ୧୨କୋଟି ଟଙ୍କା ମୂଲ୍ୟର ମୋବାଇଲ୍ ଫୋନ୍ । ଟ୍ରକ୍ ଅଟକିବା ପରେ ଡ୍ରାଇଭରକୁ ନିସ୍ତୁକ ମାଡ ମାରି ଲୁଟେରାମାନେ ଏକ ଗଛରେ ବାନ୍ଧି ପକାଇଥିଲେ । ପରେ ଘଟଣାସ୍ଥଳରୁ ଟ୍ରକ୍ ଧରି ଚମ୍ପଟ୍ ମାରିଥିଲେ ।

ଚେନ୍ନାଇ-ତିରୁପତି ଜାତୀୟ ରାଜପଥ ନିକଟସ୍ଥ ନାଗାରୀରେ ଗାଡିକୁ ରଖି ଲୁଟେରାମାନେ ଲୁଟିନେଇଥିଲେ ୬କୋଟି ଟଙ୍କା ମୂଲ୍ୟର ମୋବାଇଲ ଫୋନ୍ । ପରେ ଡ୍ରାଇଭର କୌଣସି ମତେ ଖସି ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ ।

ପୋଲିସ ରିପୋର୍ଟ ଅନୁଯାୟୀ ଟ୍ରକଟି ୧୫ହଜାର ମୋବାଇଲ ବୋଝେଇ କରି ଚେନ୍ନାଇର ଶ୍ରୀପେରୁମବୁଦୁରରୁ ମହାରାଷ୍ଟ୍ର ଅଭିମୁଖେ ବାହାରିଥିଲା । ଅନୁମାନ କରାଯାଉଛି ଟ୍ରକର ପିଛା କରି ଲୁଟେରାମାନେ ଯୋଜନାବଦ୍ଧ ଭାବେ ଏଭଳି କାଣ୍ଡ ଘଟାଇଥିଲେ । ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି ଛାନଭିନ୍ ଜାରି ରଖିଛି ତଦନ୍ତକାରୀ ଦଳ ।

Leave A Reply

Your email address will not be published.