Latest Odisha News

BREAKING NEWS

ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱ ନେଇ ଗଞ୍ଜାମ ବିଜେପିରେ ଖୁସି

ବ୍ରହ୍ମପୁର : ରାଷ୍ଟ୍ରପତି ପଦବୀ ପାଇଁ ଏନ୍‌ଡିଏ ତରଫରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଛନ୍ତି । ଏହାକୁ ନେଇ ଗଞ୍ଜାମ ବିଜେପିରେ ଖୁସିର ଲହର ଖେଳିଯାଇଛି । ବୁଧବାର ଅପରାହ୍ନରେ ବ୍ରହ୍ମପୁର ଗାନ୍ଧିନଗର ଛକ ଠାରେ ବାଣ ଫୁଟାଇ ଏବଂ ମିଠା ଖୁଆଇ ଦଳର ନେତାମାନେ ଖୁସି ପ୍ରକାଶ କରିଥିଲେ । ପୂର୍ବତନ ଜିଲା ସଭାପତି କାହ୍ନୁଚରଣ ପତିଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ନେତା ଓ କର୍ମୀ ଭାଗ ନେଇଥିଲେ।

ଏହି ଅବସରରେ କାହ୍ନୁଚରଣ କହିଥିଲେ ଯେ, ଓଡ଼ିଶାକୁ ମୋଦୀ ସରକାରରେ ସର୍ବଦା ଗୁରୁତ୍ବ ଦିଆଯାଉଛି । ପୂର୍ବରୁ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସମ୍ବିଧାନିକ ପଦବୀ ଏବଂ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ମଧ୍ୟ ଓଡ଼ିଆମାନେ ସ୍ଥାନ ପାଇଛନ୍ତି। ଦ୍ରୌପଦୀ ରାଷ୍ଟ୍ରପତି ହେଲେ ଓଡ଼ିଶାର ବିକାଶ ସୁନିଶ୍ଚିତ ବୋଲି ସେ ପ୍ରକାଶ କରିଥିଲେ । କର୍ପୋରେଟର ଡି.କରୁଣାକର ଏବଂ ରଞ୍ଜିତା ବେହେରା, ରାମ କୁମାର ପାତ୍ରଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.