Latest Odisha News

BREAKING NEWS

ଖାଉଟିଙ୍କ ଉପରେ ପୁଣି ଦରବୃଦ୍ଧି ଅତ୍ୟାଚାର, ଆକାଶ ଛୁଆଁ ରସୁଣ ଦର

ଭୁବନେଶ୍ୱର: ଖାଉଟିଙ୍କ ଉପରେ ମହଙ୍ଗା ମାଡ । ଆକାଶ ଛୁଆଁ ହୋଇଛି ରସୁଣ ଦର । ଫଳରେ ରୋଷେଇଶାଳର ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ବ୍ୟବହୃତ ହେଉଥିବା ରସୁଣ ରେ ହାତ ମାରି ହେଉନି । ବର୍ତ୍ତମାନ ଏହାର କିଲୋଗ୍ରାମ ପିଛା ଦର ୫ ଶହ ଟଙ୍କା ରହିଛି । ୧୦୦ ଗ୍ରାମ ରସୁଣ ଆଣିବାକୁ ହେଲେ ଏବେ ୫୦ ଟଙ୍କା ଦେବାକୁ ପଡ଼ୁଛି । ଫଳରେ ଏହାକୁ କିଣିବାକୁ ଡରୁଛନ୍ତି ଖାଉଟି ।

ବର୍ତ୍ତମାନ ବଜାରରେ ରସୁଣ ପ୍ରାୟ ଉଭାନ ଭଳି ସ୍ଥିତି ରହିଛି । ଯାହା କିଛି ରସୁଣ ମିଳୁଛି ସେଥିରେ ହାତ ମାରିହେଉନି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ଅମଳ ସମୟରେ କିପରି ବଜାରରେ ରସୁଣ କେଜି ପାଖାପାଖି ୫ ଶହ ଟଙ୍କାରେ ବିକ୍ରି ହେଉଛି । କାରଣ ଅମଳ ସମୟରେ ଏହାର ଦର କେଜି ପିଛା ୫୦ ଟଙ୍କା ରହିବା କଥା । ମାତ୍ର ଦର ଏବେ ୫୦୦ ଟଙ୍କାକୁ ବୃଦ୍ଧି ପାଇଛି । କାରଣ ଗତବର୍ଷ ଏହି ଅମଳ ସମୟରେ କେଜି ପିଛା ୫୦ ଟଙ୍କାରେ ରସୁଣ ମିଳୁଥିଲା । ସ୍ଥିତି ଏମିତି ଯେ, କେଜିଟିଏ ନେଉଥିବା ଲୋକ ଏବେ ଶହେ ଗ୍ରାମ୍ ନେବାକୁ ଅନେକ ଥର ଚିନ୍ତା କରୁଛନ୍ତି ।

ଏନେଇ କିଛି ବ୍ୟବସାୟୀମାନେ କହିଛନ୍ତି ଯେ, କେବଳ ରସୁଣର ଦର ବଢ଼ିନି ପର୍ଯ୍ୟାପ୍ତ ପରିମାଣରେ ରସୁଣ ମଧ୍ୟ ଉପଲବ୍ଧ ହେଉନାହିଁ । କାରଣ ଓଡିଶାରେ ରସୁଣର ଅମଳ ବହୁତ କମ୍ ହୋଇଥାଏ । ରସୁଣ ଲାଗି ଅନ୍ୟ ରାଜ୍ୟ ମୁଖ୍ୟତଃ ଉତ୍ତରପ୍ରଦେଶ ଓ ନାସିକ ଉପରେ ନିର୍ଭର କରେ ଓଡ଼ିଶା । ଖୁଚୁରା ବ୍ୟବସାୟୀମାନେ ଏତେ ଦାମ୍‌ ଥିବାରୁ କିଣିବାକୁ ଭୟ କରୁଛନ୍ତି । ଏପଟେ ବଜାରକୁ ନୂଆ ରସୁଣ ଆସିବାକୁ ଆହୁରି ୧୫ ରୁ ୨୦ ଦିନ ଲାଗିପାରେ । ତେଣୁ ଏହି ଦାମରେ ଆହୁରି ବୁଦ୍ଧି ପାଇବାର ଆଶଙ୍କା ରହିଛି ।

ଅନ୍ୟପଟେ ବ୍ୟବସାୟୀ କହିଛନ୍ତି, ବଜାରରେ ରସୁଣର ଆବଶ୍ୟକତା ପୂରଣ କରିବାକୁ କରୁଥିବାରୁ ଦର ବଢିଯାଇଛି । ସେପଟେ ନୂଆ ରସୁଣ ଅମଳ ହୋଇ ବଜାରକୁ ଆସିଲେ ଦର ସ୍ୱାଭାବିକ ହେବ ବୋଲି କହିଛନ୍ତି ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶକ ।

Leave A Reply

Your email address will not be published.