Latest Odisha News

BREAKING NEWS

ଟ୍ୱିଟରରେ ‘କାଶ୍ମୀର ଆୱାର’କୁ ନେଇ ଝଡ଼, ଆଫ୍ରିଦିଙ୍କୁ ବର୍ଷିଲେ ଗମ୍ଭୀର !

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ହେବା ପରେ ପାକିସ୍ତାନ ରକ୍ତମୁଖା ହୋଇପଡ଼ିଛି । ଏବେ ଭାରତର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ କାଶ୍ମୀର ଉପତ୍ୟକା । କାଶ୍ମୀରକୁ ନେଇ ପାକିସ୍ତାନରେ ସବୁବେଳେ ରାଜନୈତିକ ଉତଥାନ ପତନ ହୋଇଥାଏ ଏକଥା ସମସ୍ତଙ୍କୁ ଜଣା । ଜମ୍ମୁ ଓ କାଶ୍ମୀରରେ ଏବେ ବିଚ୍ଛିନ୍ନତାବାଦୀ ଏକପ୍ରକାର ପଙ୍ଗୁ ହୋଇଯାଇଥିବା ବେଳେ ଏହା ପାକିସ୍ତାନକୁ କଟା ଘା’ରେ ଚୂନ ମାରିବା ପରି ଅନୁଭବ ହେବା ସ୍ୱାଭାବିକ । ପାକ ପ୍ରଧାନମନ୍ତ୍ରୀ ଗୋଟିଏ ପଟେ ପରମାଣୁ ଯୁଦ୍ଧର ଧମକ ଦେଇ ଚାଲିଥିବା ବେଳ ସେପଟେ ତାଙ୍କର ଅନୁଗତମାନେ ଉପରଠାଉରିଆ ଭାବେ କାଶ୍ମୀର ଲାଗି କୁମ୍ଭୀର କାନ୍ଦଣା କାନ୍ଦିବାରେ ଲାଗିଛନ୍ତି । ପୂର୍ବତନ ପାକିସ୍ତାନ କ୍ରିକେଟ ଅଧିନାୟକ ସଇଦ୍ ଆଫ୍ରିଦି ଜମ୍ମୁ ଓ କାଶ୍ମୀର ପ୍ରତି ଦରଦ ଦେଖାଇଛନ୍ତି । ଶୁକ୍ରବାର ଦିନ ପାକିସ୍ତାନରେ ‘କାଶ୍ମୀର ଆୱାର୍’ ପାଳିତ ହେଉଥିବା ବେଳେ ଆଫ୍ରିଦି ଏହି ଅଭିଯାନରେ ସାମିଲ ହେବା ସହିତ ନିୟନ୍ତ୍ରଣ ରେଖା ନିକଟକୁ ଆସିବା କଥା କହିଛନ୍ତି ।

ଆଫ୍ରିଦି ଟ୍ୱିଟ୍ କରି କହିଛନ୍ତି, “ ଚାଲନ୍ତୁ, ପ୍ରଧାନମନ୍ତ୍ରୀଙ୍କ ‘କାଶ୍ମୀର ଆୱାର୍’ ପାଳିବା । ମୁଁ ଏହି ଅଭିଯାନରେ ସାମିଲ ହୋଇ ସହିଦଙ୍କ ପରିବାରକୁ ଭେଟିବି । ଭାରତ ନିକଟବର୍ତ୍ତୀ ନିୟନ୍ତ୍ରଣ ରେଖା ବୁଲିବି ।”

ତେବେ ଆଫ୍ରିଦିଙ୍କୁ ପଡ଼ିଆରେ ହେଉ କି ଟ୍ୱିଟର୍ ପୃଷ୍ଠାରେ ହେଉ ସବୁବେଳେ ବିରୋଧ କରିଆସୁଥିବା ଭାରତୀୟ କ୍ରିକେଟର୍ ତଥା ବିଜେପି ସାଂସଦ ଗୌତମ ଗମ୍ଭୀର କିନ୍ତୁ ଆଫ୍ରିଦିଙ୍କୁ ଭୀଷର ଗାଳି ଦେଇଛନ୍ତି । ତାଙ୍କୁ ତାତ୍ସଲ୍ୟଭରା ଟ୍ୱିଟ୍ କରି କହିଛନ୍ତି, ହେ ଆଫ୍ରିଦି ତମର ମୁଣ୍ଡ ଯେତିକି ସେତିକି । ଆଉ ବୁଦ୍ଧି ସୁଦ୍ଧି ତମର ବଢୁନାହିଁ । ତମେ ସବୁଥିରେ ରାଜନୀତି ପୁରାଇବାକୁ ଚାହୁଁଛ । ତାହେଲେ ମୋପରି ପାକିସ୍ତାନରେ ତମେ ରାଜନୀତିରେ ଅଂଶଗ୍ରହଣ କାହିଁକି କରୁନ? ଏପରି ଲୋକ ଅଯଥା ଯେତେ ଉଦ୍ୟମ କଲେ ବି ବେଶି ଆଗକୁ ଯାଇପାରିବନି । ତମ ପାଖରେ କିଛି ବି ହେଲେ ନାହିଁ ଆଗକୁ ବଢିବାକୁ । ସେମିତି ତମେ କହି ହେଉଥିବ ।

Leave A Reply

Your email address will not be published.