Latest Odisha News

BREAKING NEWS

‘କେବିସି ହଟ୍ ସିଟ’ରେ ଓଡିଶାର ଆଇପିଏସ୍ ଅଧିକାରୀ !

ନୂଆଦିଲ୍ଲୀ: ଲୋକପ୍ରିୟ ଟେଲିଭିଜନ୍ ଶୋ’ ‘କୋନ ବନେଗା କରୋଡପତି’ (କେବିସି)ର ସିଜନ୍-୧୧ରେ ନଜର ଆଜି ଆସିବାକୁ ଯାଉଛନ୍ତି ଓଡିଶାର ବରିଷ୍ଠ ଆଇପିଏସ୍ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ । ଶ୍ରୀ ପ୍ରଧାନ ବର୍ତ୍ତମାନ ଏନଡିଆରଏଫର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ।

ଏହି ଏପିସୋଡ୍ ଶୁକ୍ରବାର ଦିନ ରାତି ୯ଟାରେ ପ୍ରସାରଣ ହେବା ନେଇ ସୂଚନା ମିଳିଛି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଶୁକ୍ରବାର ଦିନ ପ୍ରସାରିତ ହେବାକୁ ଥିବା ‘କର୍ମବୀର ସ୍ପେଶାଲ୍’ ଏପିସୋଡରେ ଏନଡିଆରଏଫ୍ ଟିମ ନଜର ଆସିବେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜର ଉଲ୍ଲେଖନୀୟ ଅବଦାନ ପ୍ରଦାନ କରୁଥିବା ଏନଡିଆରଏଫ୍ ଟିମଙ୍କ ସହ ଶୋ’ର ହୋଷ୍ଟ ଅମିତାଭ ବଚ୍ଚନ ବାର୍ତ୍ତାଳାପ କରିବେ ।

୧୯୮୮ ବ୍ୟାଚ ଝାଡଖଣ୍ଡ କ୍ୟାଡରର ଏହି ଅଧିକାରୀ ଜଣକ ଭୁବନେଶ୍ୱର ବାସିନ୍ଦା । ସେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତେକୋତ୍ତର ହାସଲ କରିଥିବା ବେଳେ ଜେନୟୁରୁ ଇଣ୍ଟରନେସନାଲ ରିଲେସନ ବିଷୟରେ ଏମଫିଲ୍ କରିଛନ୍ତି । ସେ ବ୍ରିଟିଶ କାଉନସିଲର ସମ୍ମାନଜନକ ଚେଭନିଂ ଫୋଲୋସିପ୍ ସମ୍ମାନଜନକ ଆୱାର୍ଡ ହାସଲ କରିଛନ୍ତି । ଆହୁରି ମଧ୍ୟ ଏହାର ତତ୍ୱାବଧାନରେ ଶ୍ରୀ ପ୍ରଧାନ ଏଲଏଲଏମ୍ ଡିଗ୍ରୀ ହାସଲ କରିଥିଲେ ।

୨୦୦୬ ମସିହାରେ ନିଜ ସେବାରେ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ରାଷ୍ଟ୍ରପତି ପଦକ ଏବଂ ୨୦୧୨ରେ ତାଙ୍କର ସେବାରେ କୃତିତ୍ୱ ଲାଗି ରାଷ୍ଟ୍ରପତି ପୋଲିସ ପଦକରେ ସମ୍ମାନିତ ହୋଇଥିଲେ । ୨୦୦୮ରେ ୟୁକେ ସରକାରଙ୍କ ପକ୍ଷରୁ ପୋଲିସିଂରେ ଇନୋଭେସନ ଲାଗି ‘କ୍ୱିନ୍ ଆୱାର୍ଡ’ ମିଳିଥିଲା ।

ପୋଲିସିଂର ଆଇଟି କ୍ଷେତ୍ରରେ ଇନୋଭେସନ୍ ଲାଗି ସେ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

Leave A Reply

Your email address will not be published.