Latest Odisha News

BREAKING NEWS

୩୨ ବର୍ଷ ପରେ ଇଂଲଣ୍ଡ ମାଟିରେ ଟେଷ୍ଟ ସିରିଜ ଜିତିବା ଲକ୍ଷ୍ୟରେ ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ୍‌

ଲଣ୍ଡନ:ଇଂଲଣ୍ଡ-ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଆଜିଠାରୁ ଆରମ୍ଭ ହେବ । ଇଂଲଣ୍ଡ ଅପେକ୍ଷା ଏହି ସିରିଜ ଏବେ ୱେଷ୍ଟଇଣ୍ଡିଜ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ପ୍ରଥମ ଟେଷ୍ଟ ୱେଷ୍ଟଇଣ୍ଡିଜ ୪ ଉଇକେଟରେ ବିଜୟ ହାସଲ କରିଛି । ଏହି ମ୍ୟାଚ ଜିତିଗଲେ ୩୨ ବର୍ଷ ପରେ ଇଂଲଣ୍ଡ ମାଟିରେ ସିରିଜ ଜିତିବା ଗୌରବ ଅର୍ଜନ କରିବ । ୧୯୮୮ରେ ଶେଷ ଥର ୱେଷ୍ଟଇଣ୍ଡିଜ ଇଂଲଣ୍ଡରେ ସିରିଜ ବିଜୟୀ ହୋଇଥିଲା । ସେତେବେଳେ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୱେଷ୍ଟଇଣ୍ଡିଜ ୪-୦ରେ ଜିତି ନେଇଥିଲା ।

ପ୍ରଥମ ଟେଷ୍ଟରେ ଖେଳି ନ ଥିବା ଇଂଲଣ୍ଡ ଅଧିନାୟକ ଜୋ ରୁଟ ଦ୍ୱିତୀୟ ଟେଷ୍ଟରେ ଖେଳିବା ସ୍ପଷ୍ଟ ହୋଇଛି । ଯାହା କି ୱେଷ୍ଟଇଣ୍ଡିଜକୁ ଅସୁବିଧାରେ ପକାଇପାରେ । ଉଭୟ ଦେଶ ମଧ୍ୟରେ ୧୫୮ ଟେଷ୍ଟ ଖେଳାଯାଇଛି । ଇଂଲଣ୍ଡ ୪୯ ଓ ୱେଷ୍ଟଇଣ୍ଡିଜ ୫୮ ମ୍ୟାଚରେ ବିଜୟ ହାସଲ କରିଛି । ୫୧ ମ୍ୟାଚ ଡ୍ର ରହିଛି ।

Leave A Reply

Your email address will not be published.