Latest Odisha News

BREAKING NEWS

ବେଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମ ସ୍ଥଳ ନିକଟରୁ ଜେଲୋଟିନ ଷ୍ଟିକ ଜବତ; ଜଣେ ସନ୍ଦିଗ୍ଧ ଗିରଫ

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁ ସହର ଉପକଣ୍ଠରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବା ସ୍ଥାନ ନିକଟରୁ ବିସ୍ଫୋରକ ସାମଗ୍ରୀ (ଜିଲୋଟିନ ଷ୍ଟିକ) ଜବତ କରାଯାଇଛି। ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଥିବା ବେଳେ ପୋଲିସ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ହେପାଜତକୁ ନେଇଛି।

​ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ଯାଞ୍ଚ ସମୟରେ କାର୍ଯ୍ୟକ୍ରମ ସ୍ଥଳର କିଛି ଦୂରରେ ଏହି ଜିଲୋଟିନ ଷ୍ଟିକଗୁଡ଼ିକୁ ଜବତା କରାଯାଇଥିଲା। ଏହା ଏକ ବଡ଼ ଧରଣର ସୁରକ୍ଷା ତ୍ରୁଟି କିମ୍ବା କୌଣସି ଷଡ଼ଯନ୍ତ୍ରର ଅଂଶ ବୋଲି ଆଶଙ୍କା କରାଯାଉଛି।

​ଏହି ମାମଲାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି। ଉକ୍ତ ସ୍ଥାନରେ ଏହି ବିସ୍ଫୋରକ କେଉଁଠୁ ଆସିଲା ଏବଂ ଏହା ପଛରେ କାହାର ହାତ ଅଛି, ସେ ନେଇ ତଦନ୍ତ ଜାରି ରହିଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ ଏବଂ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ ସମଗ୍ର ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ସର୍ଚ୍ଚ ଅପରେସନକୁ ଆହୁରି ଜୋରଦାର କରାଯାଇଛି।

​ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ତେବେ ପୋଲିସ ପ୍ରାଥମିକ ତଦନ୍ତ ପରେ ସବିଶେଷ ସୂଚନା ପ୍ରଦାନ କରିବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.