Latest Odisha News

BREAKING NEWS

ଶୀଘ୍ର ଘରୁ ହଟାନ୍ତୁ ଏହିସବୁ ଜିନିଷ, ଫେରିବ ସୁଖଶାନ୍ତି !

ଭୁବନେଶ୍ୱର: କଣ ଆପଣଙ୍କ ପରିବାରରେ ସବୁ ସମୟରେ ଅଶାନ୍ତି, ଅଭାବ ଓ ଅସୁସ୍ଥତା ଆଦି ଲାଗି ରହୁଛି କି । ଯଥାଶୀଘ୍ର ଏହିସବୁ ଜିନିଷ ଆପଣଙ୍କ ଘରୁ ବାହାର କରନ୍ତୁ ।

ଆପଣଙ୍କ ହସଖୁସିରେ ଚାଲିଥିବା ସଂସାର ଯଦି ହଠାତ୍ ଅସୁବିଧାର ସମ୍ମୁଖିନ ହୁଏ ତେବେ ଆପଣ ଜାଣିବେ ଯେ ଆପଣଙ୍କ ଘରର ବାତାବରଣରେ କିଛି ପରିବର୍ତ୍ତନର ଆବଶ୍ୟକତା ରହିଛି । ଏପରି ଅନେକ ଜିନିଷ ରହିଛି ଯାହାକୁ ଆମେ ସାଧାରଣତଃ ଘରେ ରଖିଥାଉ ଏବଂ ଜାଣିନଥାଉ ଯେ ଏହାହିଁ ଆମ ଦୁଃଖର କାରଣ ହୋଇପାରେ ।

ଜାଣନ୍ତୁ କଣ ସେହିସବୁ ଜିନିଷ ଯାହା ଆପଣଙ୍କ ଦୁଃଖର କାରଣ:

ଘରେ ଶିବଙ୍କର ନଟରାଜମୂର୍ତ୍ତି/ଫଟୋ, ତାଜମହଲ ଚିତ୍ର/ପ୍ରତୀମା, ରାମାୟଣ କିମ୍ବା ମହାଭାରତର ଯୁଦ୍ଧ ଚିତ୍ର, ହିଂସ୍ର ଜୀବଜନ୍ତୁଙ୍କ ଚିତ୍ର ଇତ୍ୟାଦି ରଖନ୍ତୁ ନାହିଁ । ଏହି ସବୁ ଚିତ୍ର ବାରମ୍ବାର ଦେଖିଲେ ଆମ ଭିତରେ ନକାରାତ୍ମକ ଉର୍ଜା ଜାଗ୍ରତ ହୁଏ ।

ସାଧାରଣତଃ କୌଣସି ଜିନିଷ ଭାଙ୍ଗିଗଲେ ତାକୁ ଆମେ ବହୁ ଦିନ ପର୍ଯ୍ୟନ୍ତ ବି ସାଇତି ରଖିଥାନ୍ତି ଯେପରିକି ଛିଣ୍ଡା ଝାଡୁ, ଭଙ୍ଗା ପାତ୍ର, ଭଙ୍ଗା କପ, ମଗ, ଚଷମା, ଇଲେକଟ୍ରୋନିକ ସାମଗ୍ରୀ ଇତ୍ୟାଦି । ଏହିପରି ସବୁ ସାମଗ୍ରୀ ଯଦି ଆପଣଙ୍କ ଘରେ ରହିଥାଏ ତେବେ ତୁରନ୍ତ ବାହାର କରିଦିଅନ୍ତୁ । ଏହା ଦ୍ୱାରା ଆପଣଙ୍କ ଘରେ ନକାରାତ୍ମକ ଉର୍ଜା ସୃଷ୍ଟି ହେବା ସହ ମା ଲକ୍ଷ୍ମୀଙ୍କ ଆଗମନ ହୁଏନାହିଁ ।

କଣ୍ଟା ଜାତୀୟ ଗଛର ଚିତ୍ର କିମ୍ବା ଗଛ , କ୍ୟାକ୍ଟସ, ସପ୍ତଫେଣୀ ବୃକ୍ଷ, ଅମୃତଭଣ୍ଡା ଗଛ ଇତ୍ୟାଦି ଘରେ ରଖନ୍ତୁ ନାହିଁ ।

ପୁରୁଣା କପଡା ପୁଟଳୀ, ଭଙ୍ଗାମୂର୍ତ୍ତୀ, ଏକାଧିକ ଦେବାଦେବୀଙ୍କ ଫଟୋ କିମ୍ବା ପ୍ରତୀମା, ଅଳନ୍ଧୁ ଇତ୍ୟାଦି ଘରେ ରଖନ୍ତୁ ନାହିଁ । ଏହି ସବୁ ଦ୍ୱାରା ଉତ୍ପନ୍ନ ନକାରାତ୍ମକ ଶକ୍ତି ଆପଣଙ୍କ ଜୀବନକୁ ଅଧୋଗତି ଆଡକୁ ଟାଣିନେବ ।

ବୁଡୁଥିବା ଜାହାଜର ସୋପିସର ଚିତ୍ର ଆଦୌ ରଖନ୍ତୁ ନାହିଁ ଏହା ଆପଣଙ୍କ ଜୀବନରେ ଦୁର୍ଦ୍ଦଶା ଡାକି ଆଣିଥାଏ ।

Leave A Reply

Your email address will not be published.