Latest Odisha News

BREAKING NEWS

ପୁରୀ ବଡ଼ଦାଣ୍ଡରୁ ଲୁଟ୍‌ : ଯୁବକ ବେଶରେ ଲୁଟ୍‌ କଲେ ଯୁବତୀ । ନକଲି ଚାବିରେ ସ୍କୁଟର ଡିକି ଖୋଲି ନେଇଗଲେ କାଗଜପତ୍ର

ଯୁବକ ବେଶରେ ଆସି ଲୁଟ୍ କଲେ ଯୁବତୀ । ଏହିପରି ଅଭିନବ ଢ଼ଙ୍ଗରେ ଲୁଟ୍‌ ଆଉ କେଉଁଠି ନୁହେଁ ବରଂ ପୁରୀର ବଡ଼ଦାଣ୍ଡରେ ଦେଖିବାକୁ ମିଳିଛି । ଗତ ଶନିବାର ସକାଳେ ବଡ଼ଦାଣ୍ଡ ମାର୍କେଟ ଛକ ପାଖ ନୀଳାଚଳ ଲଜିଙ୍ଗ ସାମନାରେ ପାର୍କିଂ ହୋଇଥିବା ସ୍କୁଟର ଡିକିରୁ ଜଣେ ଯୁବକ ଚୋରି କରୁଥିବା ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଥିଲା । ତେବେ ଚୋରି କରିଥିବା ଯୁବକ ଜଣକ ପ୍ରକୃତରେ ଜଣେ ଯୁବତୀ ବୋଲି କୁମ୍ଭାରପଡ଼ା ପୋଲିସ ସୂଚନା ଦେଇଛି ।

୨ ଜଣ ଯୁବକ ଓ ଜଣେ ଯୁବତୀ ଅଫିସ କାମରେ ଆସି ଗତ ୮ ଦିନ ହେଲା ନୀଳାଚଳ ଲଜ୍‌ରେ ରହୁଥିବାବେଳେ ସେମାନଙ୍କ ଗାଡ଼ି ତଳେ ପାର୍କିରେ ଥିଲା । ଶନିବାର ସକାଳେ ସେମାନଙ୍କ ସ୍କୁଟରର ଡିକି ଭାଙ୍ଗି ଚୋରି ହୋଇଥିବା ନେଇ ଗତକାଲି କୁମ୍ଭାରପଡ଼ା ଥାନାରେ ଏତଲା ଦିଆଯାଇଥିଲା ।

ପୋଲିସ ଏହାକୁ ଭିତ୍ତି କରି ତଦନ୍ତ କରିଥିବାର ଜଣାପଡିଛି।

Leave A Reply

Your email address will not be published.