Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ସାବିତ୍ରୀ ଓଷାରେ ଉତ୍ସବ ମୁଖର ବିରଜା ପୀଠ: ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ଯାଜପୁର : ଆଜି ହେଉଛି ସାବିତ୍ରୀ ବ୍ରତ। ଜ୍ୟେଷ୍ଠ ଅମାବାସ୍ୟା ଦିନ ଏହା ପାଳନ କରାଯିବାର ବିଧି ରହିଛି। । ଏ ଦିନ  ନାରୀ ନିଜର ସ୍ବାମୀଙ୍କର ଦୀର୍ଘ ଜୀବନ କାମନା କରିବା ସହ ପୂଜାର୍ଚ୍ଚନା କରିଥାନ୍ତି ।  ଆଜି ସକାଳୁ ରାଜ୍ୟର ବିଭିନ୍ନ ମନ୍ଦିର ମାନଙ୍କରେ ମହିଳାମାନଙ୍କର ଭିଡ଼ ପରିଲକ୍ଷିତ ହୋଇଛି ।  କରୋନା ସଂକ୍ରମଣ ପାଇଁ ଗତ ୨ ବର୍ଷ ହେବ ମନ୍ଦିର ବନ୍ଦ ରହୁଥିବା କାରଣରୁ ଏହି ସମୟରେ ମହିଳାମାନେ ଘରେ ପୂଜାର୍ଚ୍ଚନା କରିସାବିତ୍ରୀ ବ୍ରତ ପାଳୁଥିଲେ । ହେଲେ ଚଳିତ ବର୍ଷ ସ୍ଥିତି ସ୍ୱାଭାବିକ ଥିବାରୁ ମନ୍ଦିରକୁ ଯାଇ ମହିଳାମାନେ ପୂଜାର୍ଚ୍ଚନା କରୁଛନ୍ତି ।

ଅନ୍ୟ ସ୍ଥାନ ଭଳି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼। ସକାଳୁ ସକାଳୁ ମାଆ ବିରଜାଙ୍କ ସମସ୍ତ ରୀତିନୀତି କରାଯାଇଛି। ଦୁଇ ବର୍ଷ ପରେ ମାଆଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ମାନଙ୍କର ଭିଡ଼ ଲାଗିଛି। ଏହି ଦିନ ଶ୍ରଦ୍ଧାଳୁମାନେ ବିଭିନ୍ନ ପ୍ରକାରର ପଂଳ ମୂଳ ଭୋଗ କରି ମହିଳା ମାନେ ସ୍ୱାମୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି।

ପ୍ରବଳ ଖରା ପାଇଁ ଶ୍ରଦ୍ଦାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଛାଇର ବ୍ୟବସ୍ଥା କରାଯାଇଛି । ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ଖାସ୍ କରି ମହିଳା ସୁରକ୍ଷାକର୍ମୀଙ୍କୁ ଆଜି ନୟୋଜିତ କରାଯାଇଛି ।

ସାବିତ୍ରୀ ପୂଜା ପାଇଁ ଦିନ ସାରା ମାଆଙ୍କ ମନ୍ଦିର ଖୋଲା ରହିବ। ସଂଧ୍ୟାରେ ମନ୍ଦିର ପରିସରରେ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି।

 

Leave A Reply

Your email address will not be published.