Latest Odisha News

ରେସଲରଙ୍କ ଧାରଣା: କଂଗ୍ରେସ ନେତା ଦୀପେନ୍ଦ୍ରଙ୍କୁ ଭିଡିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ: ଯନ୍ତର ମନ୍ତରରେ ରେସଲରଙ୍କ ଧାରଣା ଧିରେ ଧିରେ ରାଜନୈତିକ ରୂପ ନେବାରେ ଲାଗିଛି । ବିଜେପି ପରେ ଏବେ କଂଗ୍ରେସର ସିଧାସଳଖ ଏଂଟ୍ରି ହୋଇଛି । ଯୌନ ଉତ୍ପୀଡନ ଅଭିଯୁକ୍ତ ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂ ଏଥିନେଇ ମୁହଁ ଖୋଲିଛନ୍ତି । ମୋ ବିରୋଧରେ ଅଭିଯୋଗ ଆଣିଥିବା ଧାରଣା ଦେଇଥିବା ଅଧିକାଂଶ ରେସଲର ଏକ ନିର୍ଦ୍ଦିଷ୍ଟର ଆଖାଡାର ବୋଲି ସେ କହିଛନ୍ତି । ଏହି ଆଖାଡା ସମ୍ପୂର୍ଣ୍ଣ ଭାବେ କଂଗ୍ରେସ ନେତା ଦୀପେନ୍ଦ୍ର ହୁଡ୍ଡାଙ୍କ ଇଙ୍ଗିତରେ ନାଚିଥାଏ । ହରିୟାଣାର ୯୦ ପ୍ରତିଶତ ରେସଲର ପରିବାର ଡବ୍ଲ୍ୟୁଏଫଆଇ ଉପରେ ନିର୍ଭର କରିଥାନ୍ତି । କଂଗ୍ରେସ ନେତା ଯୋଜନାବଦ୍ଧ ଭାବେ ଏହି ଷଡଯନ୍ତ୍ର ରଚିଛନ୍ତି ।

ଯନ୍ତର ମନ୍ତରରେ ପ୍ରଦର୍ଶନ କଳେ ନ୍ୟାୟ ମିଳେନି । ଏଥିପାଇଁ ପୋଲିସ ଓ କୋର୍ଟଙ୍କ ପାଖକୁ ଯିବାକୁ ପଡିବ । ଭାରତୀୟ ନ୍ୟାୟପାଳିକା ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି । ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ରେସଲରଙ୍କ ସମର୍ଥନରେ କାହିଁକି ବାହାରୁ ନାହାନ୍ତି ପ୍ରଶ୍ନର ଉତରରେ ସେ କହିଥିଲେ, ମୁଁ ପିଲାବେଳୁ ତାଙ୍କୁ ଜାଣେ । ୮୦ ପ୍ରତିଶତ ପହିଲିମାନ ସମାଜବାଦୀ ଚିନ୍ତାଧାରାର ଏବଂ ସେମାନେ ମୋତେ ନେତାଜୀ କହିଥାନ୍ତି ।

ମୋ ବିରୁଦ୍ଧରେ କେସକୁ ମଜଭୁତ କରିବା ପାଇଁ ସେମାନେ ବଜରଙ୍ଗ ପୁନିଆଙ୍କୁ ଦାୟିତ୍ୱ ଦେଇଥିଲେ । ସେ ୩ ମାସ ପରେ ଜଣେ ନାବାଳିକାକୁ ମତାଇବାରେ ସମର୍ଥ ହୋଇଥିଲେ । ଏହା ମୋର ସମ୍ପୂର୍ଣ୍ଣ ବ୍ୟକ୍ତଗତ ଘଟଣା । ଏଥିରେ ମୋ ପାର୍ଟିକୁ ଭିଡିବା ଆବଶ୍ୟକ ନାହିଁ । ମୁଁ ପ୍ରିୟଙ୍କା ଗାନ୍ଧୀଙ୍କୁ ସିଧାସଳଖ ଚ୍ୟାଲେଞ୍ଜ ଦେଉଛି ସେ କେସରଗଞ୍ଜ, ଗୋଂଡା, ଶ୍ରାବସ୍ତୀ ଆଖପାଖ ଅଂଚଳର ମୋ ବିରୁଦ୍ଧରେ ନିର୍ବାଚନ ଲଢ଼ନ୍ତୁ । ସବୁ କିଛି ସ୍ପଷ୍ଟ ହୋଇଯିବ ।

ଏହି ସମ୍ପୂର୍ଣ୍ଣ ଘଟଣାରେ ଜଣେ ଶିଳ୍ପପତିଙ୍କ ହାତ ଅଛି, ଦରକାର ପଡିଲେ ସେମାନେ ମୋତେ ମାରିଦେବେ ବୋଲି ବ୍ରିଜଭୂଷଣ କହିଛନ୍ତି । ରେଲୱେ ଏବଂ ସାଇ କିପରି ସରକାରଙ୍କ ବିରୋଧରେ କର୍ମଚାରୀଙ୍କୁ ଧାରଣାରେ ବସିବାକୁ ଅନୁମତି ଦେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ପୋଲିସ ପକ୍ଷରୁ ଯାହା ବି ନିର୍ଦ୍ଦେଶ ଆସିବ ସବୁ କିଛି ସାମ୍ନା କରିବି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.