Latest Odisha News

BREAKING NEWS

ହଟ୍ ଡ଼୍ରେସ ପିନ୍ଧି କ୍ଷେତରେ କାମ କରନ୍ତି ମହିଳା

କୌଣସି କାମ ଛୋଟ କି ବଡ଼ ନୁହେଁ । ଆଗ୍ରହର ସହ କାମ କଲେ ସଫଳତା ମିଳିବା ନିଶ୍ଚିତ । ସେମିତି ଜଣେ ଗ୍ଲାମରସ ମହିଳା ବଗିଚାରେ ଚାଷ କାର୍ଯ୍ୟ କରୁଥିବା ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଲୋକେ ତାଙ୍କର ଏହି ଉଦ୍ୟମକୁ ଖୁବ୍ ପ୍ରଶଂସା କରୁଛନ୍ତି ।

ବଗିଚା ହେଉ ବା କ୍ଷେତରେ ଜଣେ ଚାଷୀ ସାଧାରଣ ପୋଷାକ ପିନ୍ଧି କାମ କରିଥାନ୍ତି । କାରଣ କ୍ଷେତରେ ମାଟି କାଦୁଅରେ କାମ କରିବାକୁ ପଡ଼ିଥାଏ । କିନ୍ତୁ ଲୁସି ନିକୋଲା ନାମକ ଜଣେ ୩୯ ବର୍ଷୀୟା ମହିଳା ବଗିଚାରେ କାମ କରନ୍ତି । ସେ ବିବାହିତ ଓ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତିି । ସେ ପ୍ରତ୍ୟେକ ଦିନ ସକାଳୁ ନିତ୍ୟକ୍ରମ ସାରି ପହଞ୍ôଚ ଯାଆନ୍ତି ବଗିଚାରେ । ସେଠାରେ ଚାଷ କାମ କରିବାରେ ଲାଗିପଡ଼ନ୍ତି । କିନ୍ତୁ ସେ କାମ କଲା ବେଳେ ହଟ୍‌ପ୍ୟାଣ୍ଟ ଓ ଟପ୍ ପିନ୍ଧି କରିଥାନ୍ତି । ଏଥିସହ ଫୁଲ୍ ମେକ୍‌ଅପ୍‌ରେ ଥାଆନ୍ତି । ସେ କାମ କରୁଥିବା ସମୟରେ ସେହି ରାସ୍ତା ଦେଇ ଯାଉଥିବା ଲୋକେ କିଛି କ୍ଷଣ ଅଟକି ଯାଆନ୍ତି । ଜଣେ ବଗିଚା କାମ କରିବା ପାଇଁ ଏପରି ଡ଼୍ରେସ ପିନ୍ଧିବା ଦେଖି ଲୋକେ ବି ଆଶ୍ଚର୍ଯ୍ୟ ହୋଇଯାଆନ୍ତି ।
ଲୁସି କୁହନ୍ତି, ମୋତେ ସବୁବେଳେ ମେକ୍‌ଅପ୍ ହୋଇ ରହିବାକୁ ଭଲ ଲାଗେ । ଏପରି ଡ଼୍ରେସ୍ ପିନ୍ଧି କାମ କରିବାକୁ କମ୍ଫର୍ଟ ଲାଗେ । ସେଥିଲାଗି ମୁଁ ଏପରି ଡ଼୍ରେସ ପିନ୍ଧେ । କିନ୍ତୁ ମୋର ଏହିି ଡ଼୍ରେସ ଦେଖି ଅନେକ ଲୋକ ପସନ୍ଦ କରନ୍ତି ନାହିଁ । ଏମିତି କି କିଛି ଲୋକ ଥଟ୍ଟାରେ ବଗିଚାରେ କାଟୱାକ୍ କରିବାକୁ ଆସିଛି ବୋଲି ମଧ୍ୟ କହିଥାନ୍ତି । ହେଲେ ସେଥିରେ ମୋର କିଛି ଫରକ ପଡ଼େନାହିଁ । । ସବୁଠୁ ବଡ଼ କଥା ହେଉଛି ମୋତେ ଚାଷ କରିବାକୁ ଭଲ ଲାଗେ ।

Leave A Reply

Your email address will not be published.