Latest Odisha News

BREAKING NEWS

ସେହୱାଗଙ୍କୁ ଜବାବ୍ ଦେଲେ ମ୍ୟାକ୍ସୱେଲ୍ !

ଭୁବନେଶ୍ୱର: ଚଳିତ ବର୍ଷ ଆଇପିଏଲଠାରୁ ଆରମ୍ଭ ହୋଇଥିଲା ବୀରେନ୍ଦ୍ର ସେହୱାଗଙ୍କ ବୀରୁକି ବୈଠକ । ଏହି ଭିଡିଓ ସେସନ୍‌ରେ ସେହୱାଗ କ୍ରିକେଟରଙ୍କ ପ୍ରଦର୍ଶନ ନେଇ ଖୋଲାଖୋଲି ସମାଲୋଚନା କରିବା ସହ ପ୍ରଶଂସା ବି କରିଥାନ୍ତି । ତେବେ ନିକଟରେ ଅଷ୍ଟ୍ରେଲୀୟ ଖେଳାଳି ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ନେଇ ତାଙ୍କ ବୟାନ୍ ଟିକେ ଅଧିକ କଠୋର ରହିଥିଲା ।

ଚଳିତବର୍ଷ ଆଇପିଏଲରେ କିଙ୍ଗସ୍ ଇଲେଭେନ୍ ପଂଜାବ ତରଫରୁ ମ୍ୟାକ୍ସୱେଲ ୧୩ଟି ମ୍ୟାଚରେ ମାତ୍ର ୧୦୮ ରନ୍ କରିପାରିଥିଲେ । ଯାହାକୁ ସମାଲୋଚନା କରିବାକୁ ଯାଇ ଏହି ଭିଡିଓରେ ମ୍ୟାକ୍ସୱେଲଙ୍କୁ ସେ ୧୦ କୋଟି ଟଙ୍କାର ଚିଅର୍ ଲିଡର୍ ଓ ହାଇଲି ପେଡ୍ ଭେକେସନରେ ଥିବା କହିଥିଲେ ।

ସୋସିଆଲ ମିଡିଆ ତଥା କ୍ରିକେଟରଙ୍କ ମଧ୍ୟରେ ସେହୱାଗଙ୍କ ଏହି ବୟାନ୍ ଖୁବ ଭାଇରାଲ୍ ହୋଇଥିଲା । ତେବେ ନିଜ ଖେଳକୁ ନେଇ ଚୁପ୍ ରହିଥିବା ମ୍ୟାକ୍ସୱେଲ ଶେଷରେ କିଛି ଏପରି ଜବାବ୍ ରଖିଛନ୍ତି, “ମୋତେ ନାପସନ୍ଦ କରିବା ତାଙ୍କ ପସନ୍ଦ । ନିଜସ୍ୱ ବୟାନ ଦେବା ନେଇ ତାଙ୍କର ଅଧିକାର ରହିଛି । ଏଭଳି ମନ୍ତବ୍ୟ ଦେଇ ସେ ଗଣମାଧ୍ୟମରେ ଚର୍ଚ୍ଚା ସାଉଣ୍ଟିଥାନ୍ତି । ତାଙ୍କ ବୟାନକୁ ମୁଁ ସକରାତ୍ମକ ମନୋଭାବରେ ଗ୍ରହଣ କରିଛି “

ତେବେ ଖାଲି ମ୍ୟାକ୍ସୱେଲ ନୁହେଁ ବରଂ ଅନେକ ଭାରତୀୟ କ୍ରିକେଟରଙ୍କୁ ମଧ୍ୟ ସେହୱାଗ ଖୋଲାଖୋଲି ସମାଲୋଚନା କରିବାକୁ ପଛାଇନଥିଲେ । ଏବେ ଦେଖିବାକୁ ବାକି ରହିଲା ସେହୱାଗଙ୍କ ସମାଲୋଚନାକୁ ମ୍ୟାକ୍ସୱେଲ କିପରି କ୍ରିକେଟ ପଡିଆରେ ଜବାବ ଦେଉଛନ୍ତି ।

Leave A Reply

Your email address will not be published.