Latest Odisha News

BREAKING NEWS

ଓଲଟିଲା କୁକୁଡ଼ା ବୋଝେଇ ଗାଡ଼ି, ବସ୍ତା ଓ ବ୍ୟାଗରେ ବୋହିନେଲେ ଲୋକ

ସୁନ୍ଦରଗଡ଼: ରାସ୍ତାକଡ଼ରେ ଓଲଟି ପଡିଲା କୁକଡ଼ା ବୋଝେଇ ଗାଡ଼ି । ଡ୍ରାଇଭର ଓ ଅନ୍ୟମାନଙ୍କୁ ଲୋକ ଉଦ୍ଧାର କରିବେ କଣ କୁକୁଡ଼ା ବୋହିବାରେ ବ୍ୟସ୍ତ ସମସ୍ତେ । ଏମିତି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାରେ । ଦୁର୍ଘଟଣାର ଫାଇଦା ନେଇ ଲୋକ ଘରକୁ ବୋହି ନେଲେ କୁକୁଡ଼ା । ବ୍ୟାଗ, ବସ୍ତା ଅ।ଦିରେ କୁକୁଡ଼ା ନେଇ ପଳେଇଥିଲେ ଲୋକ । ମାନବିକତାକୁ ଜଳାଞ୍ଜଳି ଦେଇ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ କୁକୁଡ଼ା ଵୋହି ନେବାରେ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଅନ୍ତର୍ଗତ ବଡ଼ବାହାଲ କୁଲକୁଲା ଜଙ୍ଗଲ ନିକଟରେ ଏକ କୁକୁଡ଼ା ବୋଝେଇ ଗାଡ଼ି ଓଲଟି ପଡ଼ିଥିଲା । ଝାରସୁଗୁଡାରୁ କୁକୁଡ଼‌ା ନେଇ ସୁନ୍ଦରଗଡ ଆସୁଥିବା ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଡ୍ରାଇଭର ସୁରକ୍ଷିତ ଅଛନ୍ତି ।

ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଲୋକଙ୍କୁ ଉଦ୍ଧାର କରିବା ବଦଳରେ କୁକୁଡ଼ା ନେବାକୁ ଲୋକଙ୍କ ଭିଡ଼ ଧୀରେ ଧୀରେ ବଢିବାରେ ଲାଗିଥିଲା । କିଏ ଦୁଇ ହାତରେ ଦୁଇ ଚାରିଟା ଲେଖାଏ ତ କିଏ ବସ୍ତାରେ ପୁରାଇ ବୋହି ନେଉଥିଲା କୁକୁଡ଼ା । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଛତ୍ରଭଙ୍ଗ ଦେଇଥିଲେ ଲୋକ ।

Leave A Reply

Your email address will not be published.