Latest Odisha News

BREAKING NEWS

ଚାକିରି ପାଇଁ ଅଜବ ସର୍ତ୍ତ: ଇଣ୍ଟରଭ୍ୟୁ ବେଳେ ପରୀକ୍ଷାର୍ଥୀ, ନିଯୁକ୍ତିଦାତା ମାସ୍କ ପିନ୍ଧିବା ଜରୁରୀ

ଚାକିରି ପାଇଁ ଅଜବ ସର୍ତ୍ତ । ଇଣ୍ଟରଭ୍ୟୁ ସମୟରେ ଉଭୟ ପରୀକ୍ଷାର୍ଥୀ ଓ ନିଯୁକ୍ତିଦାତା ମାସ୍କ ପିନ୍ଧିବାକୁ ବାଧ୍ୟ । ତେବେ କୋଭିଡ଼ ପାଇଁ ପାଟି ଓ ନାକ କଭର କରୁଥିବା ମାସ୍କ ନୁହେଁ ବରଂ ମୁହଁକୁ ସମ୍ପୂର୍ଣ୍ଣ ଆଚ୍ଛାଦିତ କରୁଥିବା ମାସ୍କ ପିନ୍ଧିବା ଜରୁରୀ । ଏଭଳି ଏକ ଅଜବ ସର୍ତ୍ତ ରଖିଛି ଚାଇନାର ଏକ କମ୍ପାନୀ । ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଚାଇନାରେ ରହିଛି ଚେଙ୍ଗୁଡ଼ ଆଣ୍ଡ ଲଜିଷ୍ଟିକ୍ସ କମ୍ପାନୀ । ସୋସିଆଲ ମିଡ଼ିଆରେ କମ୍ପାନୀର ଏକ ଫଟୋ ଓ ଭିଡ଼ିଓ ଭାଇରାଲ ହୋଇଛି । ଯେଉଁଥିରେ କମ୍ପାନୀକୁ ଇଣ୍ଟରଭ୍ୟୁ ଦେବାକୁ ଆସିଥିବା ପରୀକ୍ଷାର୍ଥୀମାନେ ମୁହଁରେ ମାସ୍କ ପିନ୍ଧିଥିଲେ । ଏମିତି ମାସ୍କ ଯାହା ମୁହଁକୁ ସମ୍ପୂର୍ଣ୍ଣ ଆଚ୍ଛାଦିତ କରିଥିଲା । କେବଳ ସେତିକି ନୁହେଁ, ଇଣ୍ଟରଭ୍ୟୁ ନେଉଥିବା ଅଧିକାରୀମାନେ ମଧ୍ୟ ମୁହଁକୁ ମାସ୍କରେ ଆଚ୍ଛାଦିତ କରିଥିଲେ । ସବୁଠୁ ମଜା କଥା କିଏ ବିଲେଇ ମାସ୍କ ପିନ୍ଧିଥିବା ବେଳେ ଆଉ କିଏ କୁକୁର ମାସ୍କ ପିନ୍ଧିଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ଏନେଇ କମ୍ପାନୀ ସ୍ୱୀକାର କରିଛି ଯେ, କିଛି ଦିନ ତଳେ କମ୍ପାନୀରେ ବିଭିନ୍ନ ପଦବୀ ପାଇଁ ଇଂଟରଭ୍ୟୁ କରାଯାଇଥିଲା । ଆମ କମ୍ପାନୀ କେବଳ ଦକ୍ଷତା ଦେଖିଥାଏ ଚେହେରା ନୁହେଁ । ଆମର ଲକ୍ଷ୍ୟ କେବଳ ଶ୍ରେଷ୍ଠ ପ୍ରାର୍ଥୀ ଚୟନ କରିବା । ସେଥିଲାଗି କମ୍ପାନୀ ଏପରି ଏକ ଅଜବ ସର୍ତ୍ତ ରଖିଛି । ଏଠାରେ ଚାକିରି କରିବାକୁ ଲୋକମାନେ ଚାପଗ୍ରସ୍ତ ହୁଅନ୍ତି ନାହିଁ ।
ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ କମ୍ପାନୀର ଏପରି ନିୟମକୁ ଅନେକ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.