Latest Odisha News

BREAKING NEWS

ଦିନକରେ ଦୁଇ ଅଘଟଣ; ରାୟଗଡ଼ାରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍, ଢେଙ୍କାନାଳରେ ଲାଗିଲା ନିଆଁ

ରାୟଗଡ଼ା/କାମାକ୍ଷାନଗର: ଭାରତୀୟ ରେଳବାଇ ପିଛା ଅଘଟଣ, ଦୁର୍ଘଟଣା ପିଛା ଛାଡ଼ୁନି । ଆଜି ଗୋଟିଏ ଦିନରେ ରାଜ୍ୟର ୨ଟି ସ୍ଥାନରେ ଟ୍ରେନ୍ ଦୁର୍ଘଟଣା ସାମ୍ନାକୁ ଆସିଛି । ରାୟଗଡ଼ାରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍ ହୋଇଥିବା ବେଳେ ଢେଙ୍କାନାଳରେ ମାଲବାହୀ ଟ୍ରେନରେ ନିଆଁ ଲାଗି ଯାଇଛି ।

ଶନିବାର ରାୟଗଡ଼ା ଜିଲ୍ଲା ଅମ୍ବାଦୋଳା ରେଲୱେ ଷ୍ଟେସନ ନିକଟରେ କଳାହାଣ୍ଡିର ଲାଞ୍ଜିଗଡ଼ ବେଦାନ୍ତ ପ୍ଲାଣ୍ଟକୁ ସଂଯୋଗ କରୁଥିବା ଟ୍ରାକରେ ମାଲବାହୀର ୪ଟି ୱାଗନ୍ ଲାଇନଚ୍ୟୁତ୍ ହୋଇଥିଲା । ତେବେ ବେଦାନ୍ତର ସ୍ୱତନ୍ତ୍ର ଟ୍ରାକରେ ମାଲବାହୀ ଲାଇନଚ୍ୟୁତ୍ ହୋଇଥିବାରୁ ଅନ୍ୟ ଟ୍ରେନ୍ ସେବା ବାଧାପ୍ରାପ୍ତ ହୋଇ ନଥିଲା ।

ଅନ୍ୟପଟେ ଅପରାହ୍ଣରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବଡ଼ସୁଆଁଳ ପଞ୍ଚାୟତ ରଙ୍ଗମାଟିଆ ଷ୍ଟେସନ ନିକଟରେ ଅଘଟଣ ଘଟିଛି । ଅନୁଗୁଳ-ସୁକିନ୍ଦା ନୂତନ ରେଳପଥରେ କୋଇଲା ବୋଝେଇ ଟ୍ରେନରେ ନିଆ ଲାଗିଥିଲା । ତାଳଚେରରୁ ଡ଼ୁବୁରୀ ଯାଉଥିବା କୋଇଲା ବୋଝେଇ ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ ହୋଇଥିବା ବେଳେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି ।

ସୂଚନାଯୋଗ୍ୟ, ଜୁନ୍ ୨ ତାରିଖ ରାତି ପ୍ରାୟ ୭ଟା ସମୟରେ ବାଲେଶ୍ୱର ବାହାନଗୀ ଷ୍ଟେସନରେ ଏକ ମାଲବାହୀ ସହ କରମଣ୍ଡଳ ଏକ୍ସପ୍ରେସ ଓ ଯଶୱନ୍ତପୁର-ହାୱଡ଼଼ା ସୁପରପାଷ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ଏଯାବତ୍ ୨୯୧ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.