Latest Odisha News

BREAKING NEWS

ମିଡିଆ ନିୟମକୁ ନେଇ ସର୍ଚ୍ଚ ଇଞ୍ଜିନ୍ ସେବା ବନ୍ଦ କରିବାକୁ ଗୁଗୁଲର ଚେତାବନୀ

କାନବେରା: ସର୍ଚ୍ଚ ଇଞ୍ଜିନ୍ ସେବା ବ୍ଲକ୍ କରିବାକୁ ବିଶ୍ୱର ସର୍ବବୃହତ୍ତ ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗୁଲ ଅଷ୍ଟ୍ରେଲିଆକୁ ଚେତାବନୀ ଦେଇଛି । ଗୁଗୁଲର ଅଷ୍ଟ୍ରେଲିଆ କାର୍ଯ୍ୟକାରୀ ନିର୍ଦ୍ଦେଶକ ମେଲ୍ ସିଲଭା କାନଭେରାରେ ସିନେଟ କମିଟିରେ କହିଛନ୍ତି- ବିଶ୍ୱର ପ୍ରଥମ ମିଡିଆ ନିୟମ ‘କାର୍ଯ୍ୟକ୍ଷମ ନୁହେଁ’ ଏବଂ ଏହା ଇଣ୍ଟରନେଟ ପରିଚାଳନାକୁ ଦୁର୍ବଳ କରିଦେବ ।

ସେ ଆହୁରି କହିଛନ୍ତି- ଯଦି ଏହି ନିୟମ କାର୍ଯ୍ୟକାରୀ ହୁଏ । ତାହେଲେ ଆମେ ଅଷ୍ଟ୍ରେଲିଆରେ ଗୁଗୁଲ୍ ସର୍ଚ୍ଚ ଇଞ୍ଜିନ୍ ସେବାକୁ ବନ୍ଦ କରିଦେବୁ ବୋଲି କହିଛନ୍ତି । ପ୍ରସ୍ତାବିତ ନିୟମକୁ ନେଇ କିଛିମାସ ହେଲା ବୁଝାମଣା ହୋଇପାରୁନାହିଁ । ଫଳରେ କମ୍ପାନୀ ଏଭଳି ଚେତାବନୀ ଦେଇଥିବା ସିଲଭା କହିଛନ୍ତି ।

ଗତବର୍ଷ ଅଷ୍ଟ୍ରେଲିଆ ବ୍ୟବସ୍ଥାପିକା ଗୁଗୁଲ ଓ ଫେସବୁକୁ ସ୍ଥାନୀୟ ମିଡିଆକୁ ନ୍ୟୁଜ୍ କଣ୍ଟେଣ୍ଟ ଲାଗି ମିଲିୟନ୍ ଡଲାର ଫାଇନ୍ ଦେବାକୁ ବାଧ୍ୟ କରିଥିଲେ । ବିଶ୍ୱସ୍ତରରେ ଆମେରିକାର ବୈଷୟିକ ଜ୍ଞାନକୌଶଳ ବିରୋଧରେ ଏହା ଆକ୍ରମଣାତ୍ମକ ପଦକ୍ଷେପ ବୋଲି କୁହାଯାଇଥିଲା ।

ନିୟମ ଅନୁସାରେ ରୁପେର୍ଟ ମୁର୍ଡୋଚ ଠାରୁ ନେଇ ପବ୍ଲିକ ବ୍ରଡକାଷ୍ଟର ଏବସି, ଏସବିଏସ୍ ଭଳି ଅଷ୍ଟ୍ରେଲିଆ ଗଣମାଧ୍ୟମକୁ ସେମାନଙ୍କ ଖବର ପ୍ରକାଶ ଲାଗି ଗୁଗୁଲ, ଫେସବୁକ୍ ଭଳି କମ୍ପାନୀଙ୍କୁ କ୍ଷତିପୂରଣ ଦେବାକୁ ପଡ଼ିବ । ଏପରିକି ୩ ମାସ ମଧ୍ୟରେ ଅଷ୍ଟ୍ରେଲିୟ ଗଣମାଧ୍ୟମର କଣ୍ଟେଣ୍ଟ ମୂଲ୍ୟକୁ ନେଇ ଗୁଗୁଲ ଓ ଫେସବୁକକୁ ବାଧ୍ୟତାମୂଳକ ଆବେଦନ କରିବାକୁ ପଡ଼ିବ ବୋଲି କୁହାଯାଇଛି । ଅଷ୍ଟ୍ରେଲିଆର ଏଭଳି ଆଭିମୁଖ୍ୟକୁ ସହଜରେ ଗ୍ରହଣ କରିପାରି ନଥିବା ଗୁଗୁଲ ଅଷ୍ଟ୍ରେଲିଆର ସର୍ଚ୍ଚ ଇଞ୍ଜିନ୍ ସେବା ବନ୍ଦ କରିବାକୁ ଚେତାବନୀ ଦେଇଛି ।

Leave A Reply

Your email address will not be published.