Latest Odisha News

BREAKING NEWS

ସରକାରଙ୍କୁ ଘାରିଲାଣି ବିବାହ ବିଚ୍ଛେଦ, ଖୋଲିବ ମଦର୍ସ କୋର୍ଟ

ଭୁବନେଶ୍ବରୀ: ବର୍ତ୍ତମାନ ବିବାହା ବିଚ୍ଛେଦ ବଢିଚାଲିଥିବା ବେଳେ ଏବେ ସରକାରଙ୍କୁ ଘାରିଲାଣି ଚିନ୍ତା । ବିବାହ ବିଚ୍ଛେଦ ରୋକିବା ପାଇଁ ଅଣ୍ଟା ଭିଡିଲେଣି ସରକାର । ଏହାକୁ ନେଇ ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।

ସେ କହିଛନ୍ତି, ବିବାହ ପୂର୍ବରୁ କାଉନସେଲିଂ ସେଣ୍ଟର୍‌ରେ କେଉନସେଲିଂ କରାଯିବ ।  ରାଜ୍ୟର ବିଭିନ୍ନ ସ୍ଥାନରେ ଶୀଘ୍ର ମେଣ୍ଟାଲ ହେଲ୍ଥ କାଉନସେଲିଂ ସେଣ୍ଟର୍ ଖୋଲାଯିବ ନେଇ ଆଲୋକପାତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।  ମାନସିକ ସ୍ଵାସ୍ଥ୍ୟକୁ ସୁଧାରିବା ଛାଡ଼ପତ୍ର ରୋକିବା ଏବଂ ବିବାହକୁ ସଠିକ୍ ଭାବରେ ବୁଝିବା ପାଇଁ ଏହି ସେଣ୍ଟର୍ କାର୍ଯ୍ୟ କରିବ। ଯାହାକୁ ମଦର୍ସ କୋର୍ଟ କିମ୍ବା ମା’ର ଛାଟ ନାମରେ ଏହାକୁ ନାମିତ କରାଯିବ ।  ଖୁବଶୀଘ୍ର ଏହା ପ୍ରତିଷ୍ଠା ହେବା ନେଇ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।

Comments are closed.